ସୋମବାର ଠାରୁ ଖୋଲିବ ମଦ ଦୋକାନ, ଜାଣନ୍ତୁ ଆଉ କଣ ଖୋଲିବାକୁ ମିଳିଲା ଅନୁମତି

୨ ସପ୍ତାହ ପାଇଁ କେନ୍ଦ୍ର ସରକାର ଲକଡାଉନ ଅବଧି ବଢ଼ାଇଛନ୍ତି। ମେ ୧୭ ଯାଏଁ ଲକଡାଉନ ଅବଧି ବଢିଥିବା ବେଳେ ଗ୍ରୀନ ଓ ଅରେଞ୍ଜ ଜୋନରେ କିଛି କଟକଣା କୋହଳ କରାଯାଇଛି। ତେବେ ଏହାକୁ ନେଇ କେନ୍ଦ୍ର ସରକାର ନୂତନ ଗାଇଡଲାଇନ ଜାରି କରିଛନ୍ତି। ଲକଡାଉନ ଅବଧିରେ ବିମାନ ,ଟ୍ରେନ ସେବା ବନ୍ଦ ରହିବ ବୋଲି କୁହାଯାଇଥିବା ବେଳେ ଗ୍ରୀନ୍ ଜୋନରେ କଟକଣା କୋହଳ କରାଯାଇଛି। ଗ୍ରୀନ ଜୋନରେ ଡାକ୍ତରଖାନାଗୁଡ଼ିକର ଓପିଡି ଖୋଲିବା ଲାଗି ଅନୁମତି ଦିଆଯାଇଛି। ଏହି ଜୋନ ଅଧୀନରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚାଲିପାରିବ ବୋଲି କୁହାଯାଇଛି। ଏଥିସହ ବିନା ମାଲବାହୀ ଗାଡ଼ି ଚଳାଚଳ କରିପାରିବ। ସେହିପରି ଇ-କମର୍ସ ପାଇଁ ରିହାତି ମଧ୍ୟ ଘୋଷଣା କରାଯାଇଛି। ଗ୍ରୀନ୍ ଏବଂ ଅରେଞ୍ଜ ଜୋନରେ ଇ-ବାଣିଜ୍ୟକୁ ଅନୁମୋଦନ କରାଯାଇଛି। ଏହି ଜୋନ୍ ଗୁଡିକରେ ଅତ୍ୟାବଶ୍ୟକ ହୋଇ ନ ଥିବା  ଜିନିଷଗୁଡିକର ମଧ୍ୟ ବିତରଣ କରାଯାଇପାରିବ।ସେହିପରି ଗ୍ରୀନ ଜୋନରେ ଏଣିକି ମଦ ଦୋକାନ ସହ ପାନ ଦୋକାନ ମଧ୍ୟ ଖୋଲା ରହିବ। ତେବେ ଦୋକାନରେ ଗ୍ରାହକମାନେ  ପରସ୍ପର ଠାରୁ  ଅତିକମରେ ୬ ଫୁଟ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି।ସେହିପରି ଦୋକାନରେ ଏକା ସମୟରେ ୫ ଜଣ ଯେଭଳି ନ ରହିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜାଣନ୍ତୁ ଗ୍ରୀନ ଜୋନ୍‌ରେ କଣ ରହିବ ଖୋଲା

1 ଗ୍ରୀନ ଜୋନ୍‌ରେ ବସ୍ ଗଡିବ। କିନ୍ତୁ ୫୦ ପ୍ରତିଶତରୁ ଅଧିକ ଯାତ୍ରୀ ସେଥିରେ ଯାଇ ପାରିବେ ନାହିଁ।

2 ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଯାତାୟତ ବନ୍ଦ ରହିବ।

3 ଗ୍ରୀନ ଜୋନ- ବସ୍‌ ଡିପୋରେ ୫୦ ପ୍ରତିଶତ କାମ କରିବେ।

4 ଗ୍ରୀନ ଜୋନରେ ମଦ ଓ ପାନ ଦୋକାନ ଖୋଲା ରହିବ।

5 ଗ୍ରୀନଜୋନ  ଜିଲ୍ଲାଗୁଡିକରେ ଫ୍ୟାକ୍ଟ୍ରି, ଦୋକାନ, ଛୋଟ-ଛୋଟ ଉଦ୍ୟୋଗ ସମେତ ଟ୍ରାନ୍ସପୋର୍ଟ ଏବଂ ଅନ୍ୟ ସେବାକୁ ସର୍ତ୍ତ ସହିତ ପୂରା ଖୋଲିବାକୁ ଅନୁମତି ଦିଆଯାଇଛି।  

ଜାଣନ୍ତୁ ଅରେଞ୍ଜ ଜୋନ୍‌ରେ କଣ ରହିବ ଖୋଲା

1 ଅରେଞ୍ଜ ଜୋନରେ ଟ୍ୟାକ୍ସି ଓ କ୍ୟାବ୍‌ ଚାଲିବ, ହେଲେ ଡ୍ରାଇଭର ସହ ମାତ୍ର ୨ ଜଣ ଯାତ୍ରୀ ଯାଇପାରିବେ।

2 ଅରେଞ୍ଜ ଜୋନରେ କିଛି ସର୍ତ୍ତାବଳୀ ସହ ଆନ୍ତଃଜିଲ୍ଲା ଗସ୍ତ କରିପାରିବେ।

Leave a Reply

Your email address will not be published. Required fields are marked *