ଆଣ୍ଡାମାନ ନିକଟରେ ଦାନା ବାନ୍ଧୁଛି ବାତ୍ୟା,ମେ ୩ ବେଳକୁ ହୋଇପାରେ ଓଡ଼ିଶା ମୁହାଁ ମେ ୩ ତାରିଖ ବେଳକୁ ଏହା ସକ୍ରିୟ ହୋଇପାରେ। ତେବେ ଏହା ଓଡ଼ିଶା ଆସିବ କି ନାହିଁ ସେ ନେଇ ସ୍ପଷ୍ଟ ହେଇନାହିଁ। ଆସନ୍ତା ୨୭ କିମ୍ବା ୨୮ ତାରିଖ ବେଳକୁ ବାତ୍ୟା କେଉଁ ଆଡେ ଗତି କରିବ ସେ ନେଇ ସ୍ପଷ୍ଟ ହୋଇଯିବ। ଚଳିତ ମାସ ୨୮ ତାରିଖ ବେଳକୁ ଏହା ଘୂର୍ଣ୍ଣିବଳୟର ରୂପ ନେବ। ୩୦ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବ। ଏହା ଧୀରେ ଧୀରେ ଘନୀଭୂତ ହୋଇ ବାତ୍ୟା ରୂପନେଇପାରେ। ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ଟ୍ରପିକାଲ ମେଟ୍ରୋଲୋଜି(ଆଇଆଇଟିଏମ୍) ଏବଂ ଆମେରିକା ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ(ଜିଏଫ୍ଏସ୍) ଏଭଳି ପୂର୍ବାନୁମାନ କରିଛି। ଆଣ୍ଡାମାନ ନିକୋବର ଦ୍ୱୀପ ନିକଟରେ ସୃଷ୍ଟି ହେବାକୁ ଥିବା ଏହି ବାତ୍ୟା ଭାରତୀୟ ଉପକୂଳ ଆଡକୁ ମୁହାଁଇ ମ୍ୟାନ୍ମାର ଏବଂ ବାଂଲାଦେଶ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ତେବେ ଏହି ବାତ୍ୟା ଓଡିଶାକୁ ମୁହାଁଇବ କି ନାହିଁ ସେ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ପୁଣେସ୍ଥିତ ଆଇଆଇଟିଏମ୍ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ, ମେ ୧ ବେଳକୁ ଲଘୁଚାପ ବାତ୍ୟାର ରୂପ ନେଇ ମ୍ୟାନ୍ମାର ଏବଂ ବାଂଲାଦେଶ ଆଡକୁ ମୁହାଁଇବା ସମ୍ଭାବନା ରହିଛି। ତେବେ ଏହାର ଗତି ପଥ ମଧ୍ୟ ବଦଳି ପାରେ ବୋଲି କୁହାଯାଇଛି।