ମୋଦିଙ୍କ ଆଗରେ ଗୁହାରୀ କଲା ପାକିସ୍ତାନ, ଆମକୁ 10 ହଜାର ଭେଣ୍ଟିଲେଟର୍ ଦିଅ

ଦିନକୁ ଦିନ ବିଶ୍ୱରେ କରୋନା ଭାଇରସ ଭୟଙ୍କର ରୂପ ନେଉଛି।  ବର୍ତ୍ତମାନ ସୁଦ୍ଧା ବିଶ୍ୱରେ 19 ଲକ୍ଷ 38 ଲକ୍ଷ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇ ମରଣ ସହ ସଂଘର୍ଷ କରୁଛନ୍ତି। ଏହାସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ  ବଢି ଚାଲିଛି।  ଏପର୍ଯ୍ୟନ୍ତ ସୁଦ୍ଧା ବିଶ୍ୱବ୍ୟାପୀ 1 ଲକ୍ଷ 21 ହଜାର ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଏପରିସ୍ଥିତିରେ 22 କୋଟି ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନର ଅବସ୍ଥା ମଧ୍ୟ ସାଂଗାତିକ ରହିଛି। ପାକିସ୍ତାନରେ ଏପର୍ଯ୍ୟନ୍ତ ପାଖାପାଖି 6 ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ 100 ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।  ଏପରି ସ୍ଥିତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିଳମ୍ବରେ ସେଠାରେ କିଛି ଅଞ୍ଚଳରେ କଟକଣା ଲଗାଇଛନ୍ତି। କୋରନା ଭାଇରସର ଭୟଭୟତା ଦେଖି ପାକିସ୍ତାନ ସରକାରର ନିଦ ହଜିଯାଇଛି। କାରଣ କୌଣସି ବଡ଼ ଅପରେସନ କିମ୍ବା ଅତ୍ୟାଧୁନିକ ଚିକିତ୍ସା ପାଇଁ ପାକିସ୍ତାନ ଲୋକ ସର୍ବାଦ ଦୁବାଇ ,ସିଙ୍ଗାପୁର ଆମେରିକା କିମ୍ବା ଭାରତ ଉପରେ ନିର୍ଭର କରିଥାନ୍ତି। ଏପିରି ସ୍ଥିତିରେ କରୋନା ଭାଇରସର ମୁକାବିଲା କିପରି କରାଯାବି ସେ ନେଇ ପାକିସ୍ତାନ ସରକାରର ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ଦେଶରେ ସେପରି କୌଣସି ଅତ୍ୟାଧୁନିକ ଡାକ୍ତରଖାନା ନଥିବା ବେଳେ ଭେଣ୍ଟିଲେଟରର ମଧ୍ୟ ଅଭାବ ରହିଛି। ଏପରି ସ୍ଥିତିରେ ପାକିସ୍ତାନ ଲୋକ ଭାରତର ସହଯୋଗ ଲୋଡିଛନ୍ତି। ଅନେକ ସୋସିଆଲ ମଡିଆରେ ପଡୋଶୀ ଦେଶ ଭାରତର ସହଯୋଗ ଆଶା କରିଛନ୍ତି। କ୍ରିକେଟର ସୋୟବ ଆଖତର  ମଧ୍ୟ ଏନେଇ ପ୍ରଧାନମନ୍ତ୍ରୀ ମଦିଙ୍କୁ ଅନୁରୋଧ କରିଛନ୍ତି ଯେ, ପାକିସ୍ତାନକୁ 10 ହଜାର ଭେଣ୍ଟିଲେଟର ଦିଆଯାଉ। ଯଦି ଏପରି ଭାରତ କରିବ ତେବେ ପାକିସ୍ତାନ ସବୁଦିନ ପାଇଁ ଭାରତ ଆଗରେ ଋଣି ହୋଇଯିବ। ଏହାସହ ପାକିସ୍ତାନର ଅନେକ ଲୋକଙ୍କ ଜୀବନ ମଧ୍ୟ ବଞ୍ଚିଯିବ।

Leave a Reply

Your email address will not be published. Required fields are marked *