କରୋନା ଭାଇରସ ଯୋଗୁ ବିଶ୍ୱରେ ଯଦି ସବୁଠି ଅଧିକ କେଉଁ ଦେଶ କ୍ଷତି ସହୁଛି ତାହା ହେଲା ସୁପର ପାୱାର ଆମେରିକା। ଏଠାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଦୀର୍ଘ ଦିନ ଧରି ସମ୍ପୂର୍ଣ୍ଣ ଆମେରିକା ଠପ୍ ହୋଇଯାଇଛି। ପ୍ରତ୍ୟକ ଦିନ ଏଠାରେ ହଜାର ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଶହ ଶହ ଲୋକଙ୍କ ଜୀବନ ଯାଉଛି। ପୋକ ମାଛି ପରି ଲୋକ ମରୁଛନ୍ତି। ଗତ ଦୁଇ ଦିନରେ ଏଠାରେ ଦୁଇ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଅମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ ରହିଛି। ଆମେରିକାରେ ଏପର୍ଯ୍ୟନ୍ତ 4 ଲକ୍ଷ 69 ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ 16,697 ଲୋକଙ୍କ ମୃତ୍ୟୁ ହୋଇସାରିଛି। ଏପର୍ଯ୍ୟନ୍ତ ସୁଦ୍ଦା କରୋନା ଭାଇରସ ବିଶ୍ୱରେ 209ଟି ଦେଶକୁ କବଳିତ କରିସାରିଛି। ବିଶ୍ୱରେ 16 ଲକ୍ଷ 5 ହଜାର ଲୋକ ଏବେସୁଦ୍ଧା କରୋନ ସଂକ୍ରମଣର ଶିକାର ହୋଇଛନ୍ତି। ସେହିପରି କରୋନା ଭାଇସରରେ ଆକ୍ରାନ୍ତ ହୋଇ 96 ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।