କରୋନା କବ୍ଜାରେ ସାରା ବିଶ୍ୱ। କରୋନା ଭାଇରସ ଯୋଗୁ ପ୍ରତିଦିନ ହଜାର ହଜାର ସଂଖ୍ୟାର ଲୋକ ପ୍ରାଣ ହରାଉଛନ୍ତି। ଏହାସହ ଲକ୍ଷାଧିକ ଲୋକ ଏଥିରେ ପ୍ରତିଦିନ ସଂକ୍ରମଣ ହେଉଛନ୍ତି। ଏହି ମହାମାରୀକୁ ମୁକାବିଲା ପାଇଁ ସମସ୍ତ ଦେଶ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ ଏହାକୁ ଆୟତ କରିବା ସମ୍ଭବ ହୋଇପାରୁନି। ବିଶ୍ୱରେ ଏପର୍ଯ୍ୟନ୍ତ 15 ଲକ୍ଷ 19 ହଜାର ଲୋକ ଆକ୍ରାନ୍ତ ହୋଇସାରିଲେଣି ଏବଂ 89 ହଜାର ଲୋକଙ୍କ ମତ୍ୟୁ ହୋଇସାରିଛି। ସେପଟେ କୋରନାର ଉତ୍ପତ୍ତି ସ୍ଥଳ ଥିବା ଚୀନରେ ପୁଣି ଥରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚୀନରେ ଆଜି 63ଟି ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଏହାସହ 2 ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ଉହାନରେ ଲକଡାଉନ୍ ହଟାଯାଇଥିଲା। ବର୍ତ୍ତମାନ ଚୀନରେ 81 ହଜାର 865 ଲୋକ ଆକ୍ରାନ୍ତ ହୋଇଥିବା ବେଳେ 3335 ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଛି।