ଭାରତରେ କରୋନା ନେଲା କରାଳ ରୂପ, ଜାଣନ୍ତୁ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା

ସାରା ବିଶ୍ୱରେ କରୋନା ଆତଙ୍କ ମଚାଇ ଥିବା ବେଳେ ଭାରତରେ ମଧ୍ୟ ଏହା ଧୀରେ ଧୀରେ ବ୍ୟାପିଚାଲିଛି। ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 4500ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 4000 ହୋଇଥିବାବେଳେ ମୃତ୍ୟୁସଂଖ୍ୟା 118 ରହିଛି । ତେବେ ଏପର୍ଯ୍ୟନ୍ତ ଦେଶରେ ମୋଟ 328 ଜଣ ଆରୋଗ୍ୟ ଲାଭ କରିଛନ୍ତି।ଦେଶରେ ଏପର୍ଯ୍ୟନ୍ତ ଦେଖାଯାଇଥିବା କରୋନା ସଂକ୍ରମିତ ଓ ମୃତକଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ସର୍ବାଧିକ ବୋଲି ଆଜି ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଥିଲେ । ସେ କହିଥିଲେ ଯେ ଦେଶର ମୋଟ କରୋନା ମାମଲା ମଧ୍ୟରୁ ୭୬ ପ୍ରତିଶତ ପୁରୁଷ ଓ ୨୪ ପ୍ରତିଶତ ମହିଳା । ଏଣୁ ଏଥରୁ ସ୍ପଷ୍ଟ ଯେ କରୋନା ଭାଇରସ ଦ୍ୱାରା ପୁରୁଷମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *