ଭାରତରେ ବୋଲ ମାନୁନି ଭାଇରସ୍, ଅଢେଇ ହଜାର ଟପିଗଲାଣି ସଂକ୍ରମିତଙ୍କ ସଂଖ୍ୟା

ଭାରତରେ ବୋଲ ମାନୁନି କରୋନା ଭାଇରସ୍। ଭାରତରେ ଏହି ଭାଇରସ ଏବେ ଦ୍ରୁତ ଗତିରେ ବ୍ୟାପିବା ଆରମ୍ଭ କରିଛି। ଏପର୍ଯ୍ୟନ୍ତ ସୁଦ୍ଧା ଭାରତେ 2567 ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇ ସାରିଛନ୍ତି। ଏହାସହ 72 ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ଆଜି ଗୋଟିଏ ଦିନରେ ସକାଳୁ ଏପର୍ଯ୍ୟନ୍ତ 24 ଟି ନୂଆ ମାମଲା ସାମ୍ନାକୁ ଆସିଛି। ସପ୍ତାହ ପୂର୍ବେ ଭାରତରେ ସ୍ଥିତି ଆୟତ୍ତ ଥିବା ବେଳେ ଏବେ ଏହି ଭାଇରସ ଖୀପ୍ର ଗତିରେ ବ୍ୟାପି ଚାଲିଛି।ଭାରତରେ ହଠାତ ମୃତ୍ୟୁ ସଂଖ୍ୟା ବଢିଯାଇଛି। ଭାରତର ମୃତ୍ୟୁ ସଂଖ୍ୟା 72 ଥିବା ବେଳେ ଜାପାନରେ 63 ମାଲେସିଆରେ 50 ଓ ପାକିସ୍ତାନରେ 34 ଜଣଙ୍କ ମୃତ୍ୟୁ ହୋଇଛି।ସେପଟେ ସାରା ବିଶ୍ୱରେ ସ୍ଥିତି ସଙ୍ଗୀନ ହୋଇ ପଡ଼ିଛି। ବିଶ୍ୱବ୍ୟାପୀ କରୋନା ଭାଇରସ ଯୋଗୁ 10 ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁଂ ସଂଖ୍ୟା 50 ହଜାର ଟପିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱବ୍ୟାପୀ କରୋନା ଭାଇରସରେ 10 ଲକ୍ଷ 16 ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 53 ହଜାର 219ରେ ପହଞ୍ଚିଛି।    

Leave a Reply

Your email address will not be published. Required fields are marked *