ଭାରତରେ ମଧ୍ୟ କରୋନା ଭାଇରସ ଧୀରେ ଧୀରେ ବ୍ୟାପି ଚାଲିଛି। କରୋନାର ଭୟଭୟତାକୁ ଦୃଷ୍ଟିରେ ରଖି ଭାରତ ସରକାର 21 ଦିନ ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି। ତଥାପି ଏହି ଭାଇରସକୁ ରୋକିବା ସମ୍ଭବ ହୋଇପାରିନାହିଁ। ଭାରତରେ ଏପର୍ଯ୍ୟନ୍ତ 902 ଜଣ କରୋନା ଭାଇରସରେ ଶିକାର ହୋଇଥିବା ବେଳେ ଏପର୍ଯ୍ୟନ୍ତ 20 ଜଣଙ୍କର ମୃତ୍ୟୁ ହୋଇସାରିଛି। ଭାରତରେ ସର୍ବାଧିକ କେରଳ ଓ ମହାରାଷ୍ଟ୍ରରେ କରୋନା ପଜେଟିଭ୍ ନମୂନା ଦେଖିବାକୁ ମିଳିଛି। ଭାରତରେ 24 ଘଣ୍ଟାରେ 83ଟି ନୂଆ ପଜେଟିଭ୍ ରିପୋର୍ଟ ଆସିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ସାରା ବିଶ୍ୱରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ କରୋନା ଭାଇରସରେ ପ୍ରାଣହରାଉଛନ୍ତି। ବିଶ୍ୱବ୍ୟାପୀ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ ପାରକରିଥିବା ବେଳେ ମୃତ୍ୟୁ ସଂଖ୍ୟା 27365 ଛୁଇଁଛି।