ଚାହୁଁ ଚାହୁଁ ଭାରତରେ ୨୦ ଛୁଇଁଲା ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ୮ ଜଣ ଆଖି ବୁଜିଲେ

ଭାରତରେ କରୋନା ଭାଇରସ ଏବେ ଧୀରେ ଧୀରେ ବ୍ୟାପିବା ଆରମ୍ଭ କରିଛି। ଏହାର ମୁକାବିଲା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଲୋକଙ୍କୁ ଘରୁ ବାହାରିବା ଉପରେ କଟକଣା ଲଗାଇଛନ୍ତି। ତଥାପି ଧୀରେ ଧୀରେ ଏହି ଭାଇରସ ସଂକ୍ରମଣ ସଂଖ୍ୟା ଭାରତରେ ବଢି ବଢ଼ି ଚାଲିଛି। ଏପର୍ଯ୍ୟନ୍ତ ସୁଦ୍ଧା ଭାରତରେ 727 ଜଣ ସଂକ୍ରମଣ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 20ରେ ପହଞ୍ଚିଛି।  24 ଘଣ୍ଟାରେ ଭାରତରେ 8 ଜଣ ଲୋକ ଏହି ଭାଇରସରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସ ଏବେ ସମଗ୍ର ବିଶ୍ୱକୁ କବଜା କରିସାରିଛି। ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା କରୋନା ଭାଇରସରେ 5 ଲକ୍ଷ 32 ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 24 ହଜାର ପାର କରିଛି। ବିଶେଷ କରି ଇଟାଲୀ, ଆମେରିକା ସ୍ପେନ୍,ଫ୍ରାନ୍ସ, ଜର୍ମାନୀ,ଇରାନ ଓ ଚୀନରେ ଏହି ଭାଇରସ ଅଧିକ ବ୍ୟାପିଛି।

Leave a Reply

Your email address will not be published. Required fields are marked *