ଲକଡାଉନ୍ ଉଲଂଘନକାରୀଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ!

କରୋନା ଭାଇରସ ଯୋଗୁ ସାରା ବିଶ୍ୱ ଏବେ ଆତଙ୍କିତ। ଲୋକେ ଭୟରେ ଦିନ କାଟୁଛନ୍ତି। ଏହାରି ଭିତରେ ଭାରତରେ ଅବସ୍ଥା ଧୀରେଧୀରେ ସଙ୍କଟଜନକ ହେବାରେ ଲାଗିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬୮ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୧୧ ଛୁଇଁଛି। ବୁଧବାର ତାମିଲନାଡୁର ମଦୁରାଇରେ ଜଣେ କରୋନା ସଂକ୍ରମିତଙ୍କର ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ସୁରକ୍ଷା ଦୃଷ୍ଟିରୁ ଦେଶବ୍ୟାପୀ ୨୧ ଦିନ ପାଇଁ ଲକ୍‌ ଡାଉନ୍‌ ଜାରି ହୋଇଛି। ଏହାର ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ଆଗାମୀ ଦିନରେ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯିବ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ପରେ ତେଲେଙ୍ଗାନାରେ ସ୍ଥିତି ସାମାନ୍ୟ ହୋଇଛି। ଲୋକେ ଲକଡାଉନ୍ ଉଲଂଘନ କରିବାକୁ ସାହାସ କରୁନାହାନ୍ତି।

Leave a Reply

Your email address will not be published. Required fields are marked *