କରୋନାଭାଇରସ୍ ପାଇଁ ସବୁଆଡ଼େ କଟକଣା, ସମସ୍ତେ ଏଥିପାଇଁ ଚିନ୍ତିତ। ଲୋକଙ୍କୁ ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ପବ୍ଲିକ ସ୍ଥାନ, ଟ୍ରେନ ବସ ଓ ଫ୍ଲାଇଟରେ ଅଧିକ ବ୍ୟାପିବାର ସମ୍ଭାବନା ଥିବାରୁ ଲୋକେ ଏହାଠୁ ଦୂରେଇ ରହିବାକୁ କହାଯାଇଛି। ତେବେ ଏପର୍ଯ୍ୟନ୍ତ ଭାରତରେ ୧୨ ଜଣ ଟ୍ରେନ୍ ଯୋଗେ ଯାତ୍ରା କରିଥିବା କୁହାଯାଇଛି।ଏହି ୧୨ଜଣ ଯାତ୍ରୀଙ୍କ ମଧ୍ୟରୁ ୮ଜଣ ଯାତ୍ରୀ ମାର୍ଚ୍ଚ ୧୩ରେ ଦିଲ୍ଲୀରୁ ଆନ୍ଧ୍ରପ୍ରଦେଶ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ ଜରିଆରେ ରାମାଗୁଣ୍ଡମ୍ ଯାତ୍ରା କରିଥିଲେ। ସେହିପରି ଅନ୍ୟ ୪ଜଣ ଯାତ୍ରୀ ମାର୍ଚ୍ଚ ୧୬ରୁ ଗୋଦାନ୍ ଏକ୍ସପ୍ରେସ୍ରୁ ମୁମ୍ବାଇରୁ ଜବଲପୁର ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଏମାନେ ସମସ୍ତେ ବିଦେଶରୁ ଫେରିଥିଲେ।ସେହିପରି ମନ୍ତ୍ରାଳୟ ଆଉ ଏକ ଟୁଇଟରେ କହିଛି, ମାର୍ଚ୍ଚ ୧୩ରେ ଦିଲ୍ଲୀରୁ ଆନ୍ଧ୍ରାପ୍ରଦେଶ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ରେ ରାମାଗୁଣ୍ଡମରେ ଯାତ୍ରା କରିଥିବା ୮ଜଣ ଯାତ୍ରୀ ଗତକାଲି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।