କଣ୍ଟ୍ରୋଲ ଦୋକାନରେ ଦିଆଯିବା ମାସ୍କ ଓ ସାନିଟାଇଜର୍

କରୋନା ଭାଇରସ ଯୋଗୁ ବଜାରରୁ ହଠାତ୍ ସାନିଟାଇଜର ଓ ଫେସ ମାସ୍କ ଉଭାନ। ଅସାଧୁ ବ୍ୟବସାୟୀମାନ ଏଗୁ଼ଡ଼ିକକୁ ନେଇ କଳାବଜାରି କରିବାକୁ ଉଦ୍ୟମ ଚଲାଇଛନ୍ତି। ଫଳରେ ଲୋକମାନେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏସବୁ ସାମଗ୍ରୀ ଗୁଡ଼କୁ ସରକାରୀ କଣ୍ଟ୍ରୋଲ ଦୋକାନ ମାଧ୍ୟମରେ ସାଧାରଣ ଲୋକମାନଙ୍କୁ ଯୋଗାଇଦେବାକୁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏନେଇ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ କରୋନା ଭାଇରସ ଜନିତ ପରିସ୍ଥିତିର ସମୀକ୍ଷା କରିବା ଅବସରରେ ଖାଉଟି ସଚିବ ପଓ୍ଵନ ଅଗ୍ରଓ୍ଵାଲ ରାଜ୍ୟ ସରକାରମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି। ରାଜ୍ୟମାନେ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି ଓ କେତେକ ରାଜ୍ୟ ବଣ୍ଟନ ଆରମ୍ଭ କରିଦେଲେଣି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ସାନିଟାଇଜର ଓ ଫେସ ମାସ୍କର ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଏକ ୨୦୦ ଏମଏଲ୍  ସାନିଟାଇଜର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ହେବ ନାହିଁ । ସେହିପରି ଥ୍ରୀପ୍ଲାଇ ସର୍ଜିକାଲ ମାସ୍କର ମୂଲ୍ୟ ୧୦ ଟଙ୍କାରୁ ଅଧିକ ହେବ ନାହିଁ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *