କରୋନା ପାଇଁ କଠୋର କଟକଣା, ସରାକରାଙ୍କ ନିର୍ଦ୍ଦେଶ ନମାନିଲେ କାର୍ଯ୍ୟାନୁଷ୍ଠାନ

କରୋନା ପାଇଁ କଠୋର କଟକଣା। କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦେକ୍ଷେପ ନେଇଛନ୍ତି। ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରରେ ୨୨ ତାରିଖଠାରୁ ୨୯ ତାରିଖ ଯାଏଁ  ‘ତାଲା ବନ୍ଦ’ ବା ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ଏଥିସହ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନ ପଡ଼ିଲେ ଘରୁ ବାହାରିବାକୁ ବାରଣ କରାଯାଇଛି।ଏଥିସହ ୭ଜଣ କିମ୍ବା ତା’ଠାରୁ ଅଧିକ ଲୋକ ଏକତ୍ରିତ ହେବା ଉପରେ କଟକଣା ଲଗାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ତାଲାବନ୍ଦ’ ଘୋଷଣା କରିବା ସହ  ରାଜ୍ୟବାସୀଙ୍କୁ ଚେତାବନୀ ଦେଇଛନ୍ତି। ଯେଉଁମାନେ ସରକାରଙ୍କ ଏହି ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଦ୍ୱୈତନଗରୀର ପୁଲିସ କମିସନର, ଜିଲ୍ଲାପାଳ, ଏସ୍‌ପି, ଉପ-ଜିଲ୍ଲାପାଳ, ତହସିଲଦାର, ବିଡିଓ, ମୁନିସ୍‌ପାଲ, କମିସନର ଓ ଏକଜିକ୍ୟୁଟିଭ ଅଫିସରଙ୍କୁ ସରକାରୀ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବାକୁ ଦାୟିତ୍ୱ ଦିଆଯାଇଛି।

Leave a Reply

Your email address will not be published. Required fields are marked *