ବିଧାୟକଙ୍କ ପ୍ରଚେଷ୍ଟାରେ ବଦଳିବାକୁ ଯାଉଛି ଗାଁର ଭାଗ୍ୟ ଓ ଭୌଗଳିକ ଚିତ୍ର। ସ୍ୱାଧୀନତାର ସ୍ୱାଦ ଗ୍ରାମବାସୀ ପାଇଥିଲେ ସତ କିନ୍ତୁ ଗାଁ ମଧ୍ୟକୁ ଗମନା ଗମନ ପାଇଁ ଭଲ ରାସ୍ତା ଟିଏ ନଥିବାରୁ ଦୀର୍ଘ ଦିନ ଧରି ଅନେକ ଅସୁବିଧାର ସମ୍ମୁଖୀନ ହେଇଆସୁଥିଲେ ଗ୍ରାମବାସୀ। ଭଦ୍ରକ ସଦର ମହକୁମା ଠାରୁ ମାତ୍ର 4 କିମି ଦୂରରେ ବଗମରା ଗ୍ରାମ ଅବସ୍ଥିତ। ସହରର ଏତେ ନିକଟତର ହେଲେ ମଧ୍ୟ ଗ୍ରାମବାସୀ ବର୍ଷା ଦିନରେ ଘରୁ ବାହାରିବାକୁ ସହାସ କରିପାରନ୍ତି ନାହିଁ। ଟାପୁ ଅଞ୍ଚଳରେ ରହୁଥିବା ଦୃଶ୍ୟମାନ ହେଉଥିଲା। ଦୀର୍ଘ ଦଶନ୍ଧି ଧରି ରାସ୍ତା ସମସ୍ୟା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଲୋକ ପ୍ରତିନିଧିଠୁ ଆରମ୍ଭ କରି ପ୍ରଶାସନଙ୍କୁ ବାରମ୍ବାର ଗୁହାରି କରି ଆସୁଥିଲେ। କିନ୍ତୁ ସେମାନଙ୍କ କଥା ଶୁଣିବା ପାଇଁ କାହା ପାଖରେ ସମୟ ନଥିଲା। ଗ୍ରାମବାସୀଙ୍କ ଏପରି ଦୁଃଖ ଓ କଷ୍ଟ ଦେଖି ସହଯୋଗର ହାତ ବଢ଼ାଇଛନ୍ତି ଯୁବ ବିଧାୟକ ସଞ୍ଜୀବ ମଲ୍ଲିକ। ଭଦ୍ରକର ନବ ନିର୍ବାଚିତ ବିଧାୟକ ସଞ୍ଜୀବ ମଲ୍ଲିକ କିଛିଦିନ ତଳେ ଗାଁ କୁ ଆସି ବାଇକ ଦ୍ୱାରା ଚାରିଆଡେ ବୁଲିବା ସହ ଗାଁର ସମସ୍ୟାକୁ ବୁଝିଥିଲେ ଏବଂ ଯଥାଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ବିଧାୟକ ଦେଇଥିବା ପ୍ରତିଶ୍ରୁତି ଆଜି ପାଳନ କରିଛନ୍ତି। ନିଜସ୍ୱ ପାଣ୍ଠି ଓ ସରପଞ୍ଚ ପାଣ୍ଠିରୁ ମିଳିତ ଭାବେ ଅନୁଦାନ ଦେଇ ବହୁ ଚର୍ଚ୍ଚିତ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ। ଗ୍ରାମବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଥିବାରୁ ନିଜର ପ୍ରିୟ ବିଧାୟକଙ୍କୁ ପାଛୋଟି ଆଣିବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ସ୍ୱାଧୀନତା ପରଠାରୁ ରାସ୍ତା ସମସ୍ୟା କଥା କେହି ଶୁଣୁନଥିବା ବେଳେ ମାତ୍ର ଏକବର୍ଷ ହେବ ନୂତନ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୀବ ମଲ୍ଲିକ ସେମାନଙ୍କ ଦୁଃଖ ଶୁଣିଥିବାରୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଗ୍ରାମବାସୀ। ବହୁ ଚର୍ଚ୍ଚିତ ବଗମରା ରାସ୍ତାର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅବସରରେ ଗେଲଟୁଆ ସରପଞ୍ଚ ସରୋଜ ଦାସଙ୍କ ସହ ବରିଷ୍ଠ ଆଇନଯିବି ବଟକୃଷ୍ଣ ଦାସ, ପୂର୍ବତନ ସରପଞ୍ଚ ଗଣେଶ ଦାସ ସମେତ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ।