କରୋନା ଭାଇରସ ବିଶ୍ୱବାସୀଙ୍କ ନିଦ ହଜାଇଦେଇଛି। ଏହି ଭାଇରସ ଭୟଭୟତା ଦେଖି ଜଣାପଡୁଛି ଯଦି ଖୁବଶୀଘ୍ର ଏହି ବାଇରସକୁ ରୋକାଯାଇନପାରେ ତେବେ କୋଟି କୋଟି ଲୋକ ପୋକ ମାଛି ପରି ମରିଯିବେ। ଚୀନ, ଇଟାଲୀ, ଇରାନ,କୋରିଆ ପରେ ଆମେରିକାରେ କରୋନା ଖୀପ୍ର ଗତିରେ ବ୍ୟାପିବା ଆରମ୍ଭ କରିଛି। ସବୁଠାରୁ ଶକ୍ତିଶାଳୀ ଦେଶ କୋରନା ଆଗରେ ଆତ୍ମସମର୍ପଣ କରିବା ଭଳି ଲାଗୁଛି। କରୋନା ଭାୟରେ ବିଭିନ୍ନ ସହରରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ଅମେରିକାରେ କରୋନା ମୃତ୍ୟୁ ସଂଖ୍ୟା ଆଜି ୨୨ରେ ପହଞ୍ଚିଛି ଏବଂ ଆକ୍ରାନ୍ତ ସଂଖ୍ୟା ୫୪୨ ଟପିଛି। ନ୍ୟୁୟର୍କରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସେଠାରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ଆମେରିକାର ପ୍ରାୟ ଅଧା ରାଜ୍ୟରେ କରୋନା ପହଞ୍ଚି ସାରିଛି ଏବଂ ସହରାଞ୍ଚଳରେ ଏହାକୁ ନେଇ ଆତଙ୍କ ଲାଗି ରହିଛି। ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା ଥିବାରୁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ନ୍ୟୁୟର୍କରେ ଜରୁରୀ ପରିସ୍ଥିତି ଘୋଷଣା ପରେ ଅଧିକାଂଶ ସ୍ଥାନରେ ନାଗରିକଙ୍କ ଯାତାୟତ ଉପରେ କଟକଣା ଲାଗିଛି।