ସପିଂ ମଲ୍ ଯିବାକୁ ବାରଣ! ଆଡଭାଇଜରୀ ଜାରି କଲେ ସରକାର

କରୋନା ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଦେଇଛି। ଲୋକେ ଶାନ୍ତିରେ ଶୋଇପାରୁନାହାନ୍ତି। ଆଜି ସୁଦ୍ଧା 96,950 ଜଣ ବ୍ୟକ୍ତି ଏହି ଭାଇରସରେ ଆକ୍ରାନ୍ତ ହୋଇସାରିଲେଣି। ଏହାସହ ମୃତ୍ୟୁ ସଂଖ୍ୟା 3310ରେ ପହଞ୍ଚିଛି। ଭାରତରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା 30 ଛୁଇଁଛି। ଭାରତରେ ଆଜି ଜଣେ ନୂଆ କରୋନା ସଂକ୍ରମିତକୁ ଚିହ୍ନଟ କରାଯାଇଛି। ଓଡ଼ିଶାରେ ମଧ୍ୟ କରୋନା ଭାଇରସ ଯୋଗୁ ଲୋକେ ଭୟଭିତ ହୋଇ ରହିଛନ୍ତି। ସାରା ଦେଶରେ କରୋନା ନିଜ କାୟା ବିସ୍ତାର କରୁଥିବା ବେଳେ ଓଡ଼ିଶାରେ କରୋନା ସନ୍ଦଗ୍ଧ ଦୁଇ ଜଣଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି। ଫଳରେ ରାଜ୍ୟରେ କରୋନା ଭାଇରସ ସତର୍କତା ପାଇଁ ଆଡଭାଇଜରି ଜାରି କରାଯାଇଛି। ନିଜ କାର୍ଯ୍ୟାଳୟର ସମସ୍ତ ଉପକରଣ ସଫାସୁତୁରା ରଖିବାକୁ ପରାମର୍ଶ ଦିଆଯାଇଛି। ଟେବୁଲ ଡେସ୍କ, ଟେଲିଫୋନ, କିବୋର୍ଡଗୁଡ଼ିକୁ ସଫା ରଖିବା ଆବଶ୍ୟକ। ବାରମ୍ବାର ହାତକୁ ଧୋଇ ସଫା ରଖିବାକୁ ପରାମର୍ଶ। ଥଣ୍ଡାର ଲକ୍ଷଣ ଦେଖାଦେଲେ ଘରେ ରହିବାକୁ ପରାମର୍ଣ।ପରସ୍ପରକୁ ହାତ ମିଳାଇବା ଓ ଆଲିଙ୍ଗନ ଠାରୁ ଦୂରେଇ ରହନ୍ତୁ। ଥଣ୍ଡାରେ ସଂକ୍ରମିତ ବ୍ୟକ୍ତିଠାରୁ ନିକାପଦ ଦୂରତା ରଖନ୍ତୁ। ଏହାସହ ଜନଗହଳି ପୂର୍ଣ୍ଣ ଯଥା ବଷ୍ଟଷ୍ଟାଣ୍ଡ, ରେଲୱେ ଷ୍ଟେସନ, ସିନେମା ହଲ, ପାର୍ଟି, ସପିଂ ମଲ ଭଳି ସ୍ଥାନ ଠାରୁ ଯଥାସମ୍ଭବ ଦୂରେଇ ରୁହିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *