ଓଡ଼ିଶାରେ ଗୋଟିଏ ଯାତ୍ରୀବାହୀ ବସକୁ ୬ଲକ୍ଷ ୭୨ ହଜାର ୪୪୫ ଟଙ୍କା ଜୋରିମାନା

ଫାଇନ ଆଦାୟରେ ରେକର୍ଡ କଲା ଓଡ଼ିଶା। ଏକ ଘରୋଇ ବସକୁ ଲାଗିଲା ୬ଲକ୍ଷ ୭୨ ହଜାର ୪୪୫ ଜୋରିମାନା। ମାର୍ଚ୍ଚ ୧ ଠାରୁ ନୂଆ ମୋଟର ଯାନ ଆଇନକୁ ସାରା ରାଜ୍ୟରେ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ଏହି ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଟ୍ରାଫିକ୍ ଚେକିଂକୁ ମଧ୍ୟ ଜୋରଦାର କରାଯାଇଛି। ନୂଆ ମୋଟର ଯାନ ଆଇନ ନିୟମ ଉଲଘଂନକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଆଜି ବୌଦ୍ଧରେ ଟ୍ରାଫିକ୍ ନିୟମ ଉଲଂଘନ ଅଭିଯୋଗରେ ଏକ ବସକୁ ଫାଇନ୍ ହୋଇଛି। ଏକ ଘରୋଇ ବସକୁ ୬ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଫାଇନ୍ କଟାଯାଇଛି। ବୌଦ୍ଧ ଆରଟିଓ ‘ମୀନାର’ ନାମକ ଘରୋଇ ବସକୁ ଏହି ଫାଇନ୍ କରିଛନ୍ତି। ବିନା ରେଜିଷ୍ଟ୍ରେସନରେ ଗାଡ଼ି ଚଳାଚଳ ପାଇଁ ୫ହଜାର, ପରମିଟ ନଥାଇ ଗାଡ଼ି ଚଳାଉଥିବାରୁ ୧୦ ହଜାର ଫାଇନ, ବୀମା ନଥିବାରୁ ୨ ହଜାର, ସାଧାରଣ ଅପରାଧ ପାଇଁ ୫୦୦, ଓଡ଼ିଶା ମୋଟର ଭେଇକେଲ ବକେୟା ଟିକଟ ୬ ଲକ୍ଷ ୫୪ ହଜାର ୯୪୫ ଟଙ୍କାର ଚାଲାଣ କାଟି ବୈାଦ୍ଧ ଆରଟିଓ ବସଟିକୁ ଜବତ କରିଛି। ଗତ ସେପ୍ଟେମ୍ବର ପହିଲାରେ ଦେଶରେ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହୋଇଥିଲା । ଓଡ଼ିଶାରେ କିନ୍ତୁ ନୂଆ ଟ୍ରାଫିକ୍ ନିୟମ ୬ମାସ କୋହଳ ହୋଇଥିଲା। ୬ ମାସ ପରେ ଗତ ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ କଡ଼ାକଡ଼ି ଭାବେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହୋଇଛି।

Leave a Reply

Your email address will not be published. Required fields are marked *