୫୪ ହଜାର କଏଦୀଙ୍କୁ ଛାଡ଼ିଦେଲା ଇରାନ

କରୋନା ଭାଇରସ ସମଗ୍ର ବିଶ୍ୱକୁ ଏବେ ଚିନ୍ତାରେ ପକାଇଛି। ଚୀନ ପରେ ଇରାନରେ କରୋନା ଭାଇରସ ଯୋଗୁ ସର୍ବାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଅନେକ ପଦେକ୍ଷପ ପରେ ବି ଭାଇରସକୁ ଆୟତ୍ତ ସମ୍ଭବ ହୋଇପାରୁନି। ବିଶେଷ କରି ଜେଲ ଗୁଡ଼ିକରେ ଏହା ଅଧିକ ବ୍ୟାପିବା ଆରମ୍ଭ ହୋଇଯାଇଛି। ଯାହାକୁ ନେଇ ଇରାନ ଜେଲରେ ଥିବା ୫୪ ହଜାର କଏଦୀଙ୍କୁ ଅସ୍ଥାୟୀ ଭାବେ ଛାଡ଼ି ଦିଆଯାଇଛି। ନ୍ୟାୟପାଳିକାର ମୁଖପାତ୍ର ଧୋଲମହୁସେନ ଇସ୍ମାଇଲ କହିଛନ୍ତି, ଏହି କଏଦୀଙ୍କ ଯାଞ୍ଚ କରାଯାଇଛି ଏବଂ ସେମାନଙ୍କ ରକ୍ତ ନମୁନାରେ ନେଗେଟିଭ ମିଳିଛି । ଏମାନଙ୍କୁ ଅସ୍ଥାୟୀ ଭାବେ ଜାମିନରେ ଛାଡ଼ି ଦିଆଯାଇଛି। ଇରାନର ଯେଉଁ ଜିଲ୍ଲାମାନଙ୍କରେ କଏଦୀଙ୍କ ସଂଖ୍ୟା ଅଧିକ, ସେଠାରେ କରୋନା ଭାଇରସ ନିୟନ୍ତ୍ରଣ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ମାତ୍ର ଯେଉଁ କଏଦୀମାନଙ୍କୁ ୫ ବର୍ଷରୁ ଅଧିକ ଜେଲ ଦଣ୍ଡ ମିଳିଛି, ସେମାନଙ୍କୁ ଛଡ଼ା ଯାଇ ନାହିଁ।

Leave a Reply

Your email address will not be published. Required fields are marked *