ଆସନ୍ତା ୨୪ ତାରିଖରୁ ରାଜ୍ୟରେ ଘଡଘଡି ସହ ବର୍ଷା ହେବ। ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସର ଯୋଗୁ ସାରା ରାଜ୍ୟରେ ମେଘୁଆ ପାଗ ଲାଗି ରହିବ। ପଶ୍ଚିମ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୪ ତାରିଖରେ ଝାଡସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେ଼ଙ୍କାନାଳ ଏବଂ ନୟାଗଡ଼ ରେ ବର୍ଷା ହେବ। ଏହି ଜିଲ୍ଲା ଗୁଡିକୁ ୟେଲୋ ଆର୍ଲଟ ଜାରିକରାଯାଇଛି। ୨୫ ତାରିଖରେ କଟକ, ଢେ଼ଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ବୌଦ୍ଧ, କନ୍ଧମାଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଘଡଘଡି ସହ ପ୍ରବଳ ବର୍ଷା ହେବ ବୋଲି ସମ୍ଭାବନା ରହିଛି।ବର୍ଷା କୁ ଦୃଷ୍ଟିରେ ରଖି ଦୁଇ ଦିନ ୟେଲୋ ଆର୍ଲଟ ଜାରି କରାଯାଇ