ଫ୍ଲପ୍ ହୋଇଗଲା ଦୀପିକାଙ୍କ ବହୁ ଚର୍ଚ୍ଚିତ ସିନେମା ଛପକ୍। ଜାନୁଆରୀ 10 ତାରିଖରେ ରିଲିଜ ହୋଇଥିବା ଛପାକ୍ 20 ତାରିଖ ସୁଦ୍ଧା ମାତ୍ର 30 କୋଟି ଟଙ୍କା ଇନକମ କରିପାରିଛି। ଫିଲ୍ମ ତିଆରି ପାଇଁ ମୋଟ 45 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଅନ୍ୟପଟେ ସେହି ଏକ ସମୟରେ ରିଲିଜ ହୋଇଥିବା ଅଜୟ ଦେବଗନଙ୍କ ତାନାଜୀ ସୁପରହିଟ ହୋଇଛି। ସବୁ ହଲରେ ଫିଲ୍ମ ହାଉସ ଫୁଲ ଚାଲିଛି। ଏପର୍ଯ୍ୟନ୍ତ ସୁଦ୍ଧା ତାନାଜୀ 164 କୋଟି ଟଙ୍କା ଇନକମ କରିସାରିଲାଣି। ଏବଂ ଫିଲ୍ମ 200 କୋଟି ଟପିବ ବୋଲି ଆଶାକରାଯାଉଛି।
କିଛି ଦିନ ତଳେ ଦୀପିକା ଜେଏନୟୁ ଯାଇ ଚର୍ଚ୍ଚା ଘେରକୁ ଆସିଯାଇଥିଲେ। ଫିଲ୍ମ ରିଲଜ ପୂର୍ବରୁ ଦୀପିକା ଆଶାରଖିଥିଲେ ଯେ ଜେଏନୟୁ ଯାଇ ବିବାଦରେ ରହିଲେ ଫିଲ୍ମ ଛପାକ୍ ପାଇଁ ପ୍ରଚାର ପ୍ରସାର ହୋଇପାରିବ ଏବଂ ଫିଲ୍ମ ସୁପରହିଟ ହେବ। ହେଲେ ଦୀପିକାଙ୍କ ସବୁ ପ୍ଲାନକୁ ଭୁଲ ସାବ୍ୟସ୍ତ କରିଛନ୍ତି ସିନେପ୍ରେମୀ ଦର୍ଶକ। ଫିଲ୍ମ ଛପାକ୍ ଲୋକଙ୍କୁ ଆକୃଷ୍ଟ କରିବାରେ ଫେଲ୍ ହୋଇଥିବା ବେଳେ ତାନାଜୀକୁ ସିନେମାପ୍ରେମୀ ବେଶ ପସନ୍ଦ କରିଛନ୍ତି।
। ଜବାହାରଲାଲ୍ ୟୁନିଭରସିଟି କ୍ୟାମ୍ପସକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଦୀପିକାଙ୍କ ପାଇଁ ମହଙ୍ଗା ସାବ୍ୟସ୍ଥ ହୋଇଥିବା କହୁଯାଉଛି। କିଛି ଦର୍ଶକ ପୂର୍ବରୁ ଟିକେଟ୍ କରିଥିବା ବେଳେ ଜେଏନୟୁରେ ଆନ୍ଦୋଳନକାରୀଙ୍କ ସହ ଦୀପିକା ସାମିଲ ହେବା ପରେ ସେମାନେ ଏହାକୁ ଟିକେଟ୍ କ୍ୟାନସଲ୍ ମଧ୍ୟ କରିଦେଇଥିଲେ।ସେପଟେ ଛପାକ୍ ଫ୍ଲପ ହେଲା ପରେ ଦୀପିକାଙ୍କୁ ମିଳିଥିବା ଆଉ ଏକ ବଡ଼ ଫିଲ୍ମ ଅଫରକୁ ରିଜେକ୍ଟ କରିଦେଇଛନ୍ତି। ବିନୋଦିନୀ ଦାସଙ୍କ ବାୟୋପିକ ଫିଲ୍ମ ଅଫରକୁ ଦୀପିକା ମନାକରିଦେଇଛନ୍ତି।