ଆଜି ଠାରୁ ଆରମ୍ଭ ହେଉଛି ଷୋଡଶ ବିଧାନସଭାର ମୌସୁମୀ ଅଧିବେଶନ । ପ୍ରଥମ ଥର ପାଇଁ ବିଧାନସଭାରେ ବିରୋଧୀ ଦଳ ଆସନ ଅଳଙ୍କୃତ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ବିଧାନସଭାର ଗୋଟିଏ ଦିନ ଆଗରୁ ବିଜେପି ବିରୋଧୀ ଦଳ ନେତା କିଏ ହେବେ ସେ ନେଇ ଘୋଷଣା କରିଛି। ଭବାନୀପାଟଣାର ବିଜେପି ବିଧାୟକ ପ୍ରଦିପ୍ତ ନାୟକ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ଘୋଷିତ ହୋଇଛନ୍ତି। ଏହି ଘୋଷଣା ସହ ଗତ କିଛି ଦିନ ଧରି ଚାଲିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଏଥର ବିଧାନସଭାରେ ବିଜେପି ୨୩ଟି ଆସନ ଜିଣି ୨ୟ ସ୍ଥାନରେ ଥିବାବେଳେ କଂଗ୍ରେସ ୯ଟି ଆସନ ଜିଣି ୩ୟ ସ୍ଥାନରେ ରହିଛି । ଏଣୁ ଏଥରର ବିରୋଧୀ ଦଳ ନେତା ବିଜେପି ପାଖକୁ ଯାଇଛି ।