ପାକିସ୍ତାନ ଟାର୍ଗେଟରେ ଏବେ ଓଡ଼ିଶା। ଓଡ଼ିଶାରେ ଶ୍ରୀଜଗନ୍ନାଥ ମନ୍ଦିର ଥିବାରୁ ଏଠାରେ ମହାପ୍ରଭୁଙ୍କ କୋଟି କୋଟି ଭକ୍ତ ଅଛନ୍ତି। ତେଣୁ ପାକିସ୍ତାନ ଦୃଷ୍ଟି କୋଣରୁ ଓଡ଼ିଶା ହିନ୍ଦୁ ରାଜ୍ୟ ତେଣୁ ପାକିସ୍ତନାର ଏବେ ଓଡ଼ିଶା ଉପରେ ସମ୍ପୂର୍ଣ୍ଣ ନଜର। ଗତ କାଲି ଖ୍ରୀଷ୍ଟମାସ ଅବସରରେ କିସ୍ତାନ ସେନା ମୁଖପାତ୍ର ମେଜର ଜେନେରାଲ ଆସିଫ୍ ଗଫୁର ଓଡ଼ିଶାକୁ ବଦ୍ନାମ କରିବା ଲାଗି ପ୍ରୟାସ କରିଛନ୍ତି। ଗଫୁର ଟୁଇଟ୍ କରି ପାକିସ୍ତାନ ଓ ବିଶ୍ୱରେ ରହୁଥିବା ଖ୍ରୀଷ୍ଟିଆନଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଥିଲେ। ଏଥିସହ ଓଡ଼ିଶା ଭଳି ହିନ୍ଦୁପ୍ରବଣ ରାଜ୍ୟରେ ରହୁଥିବା ଖ୍ରୀଷ୍ଟିଆନ୍ଙ୍କୁ ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇବାକୁ ସେ ଭୁଲି ନ ଥିଲେ। ଭାରତର ଧର୍ମନିରପେକ୍ଷତା ପ୍ରତି ଅଙ୍ଗୁଳି ଉଠାଇ ସେ ବିବାଦର ମଞ୍ଜି ବୁଣିବାକୁ ଚେଷ୍ଟା କରିଛନ୍ତି।
ଏହାକୁ ନେଇ ବିଜେଡି ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି। ଓଡ଼ିଶାରେ ଭାଇଚାରା ଅତୁଟ ରହିଛି ବୋଲି ରାଜ୍ୟରେ ଯୁବ ଖ୍ରୀଷ୍ଟିଆନ ଏମପି ଡା. ସସ୍ମିତ ପାତ୍ର କହିଛନ୍ତି। ତଥାପି ପାକିସ୍ତାନ ଏଥିରୁ ଖିଅ କାଢ଼ିବାକୁ ଚେଷ୍ଟା କରିଛି। ପୂର୍ବରୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସିଏଏକୁ ନେଇ ମୁହଁ ଖୋଲିଥିଲେ। ଭାରତ ଏହାର ତୀବ୍ର ବିରୋଧ କରି ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ନ ପୂରାଇବା ଲାଗି କହିଥିଲା। ପାକିସ୍ତାନରେ ସଂଖ୍ୟାଲଘୁଙ୍କ ପ୍ରତି ନିର୍ଯାତନା ସୀମା ଟପିିଥିବାବେଳେ ମାନବାଧିକାର ଉଲ୍ଲଂଘନ ମାମଲା ବଢ଼ି ବଢ଼ି ଚାଲିଛି।