କ୍ରିକେଟର ‘ବାଇବଲ୍’ କୁହାଯାଉଥିବା ୱିଜଡେନ ତା’ର ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଓ ଦିନିକିଆ ଟିମ୍ ଚୟନ କରିଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ୱିଜଡେନ୍ ଟେଷ୍ଟ ଟିମର କ୍ୟାପଟେନ୍ କରିଛି। ଏହି ତାଲିକାରେ ବିଶ୍ୱର ଅନେକ କ୍ରିକେଟର୍ ସ୍ଥାନ ପାଇଥିବା ବେଳେ ଦ୍ୱିତୀୟ ଭାରତୀୟ ଭାବେ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ମଧ୍ୟ ସ୍ଥାନ ପାଇଛନ୍ତି। ଅନ୍ୟପଟେ ଦଶନ୍ଧିର ସର୍ବଶ୍ରେଷ୍ଠ ଦିନିକିଆ ଦଳ ଚୟନ କରିଛି ୱିଜଡେନ୍। ସର୍ବଶ୍ରେଷ୍ଠ ଦିନିକିଆ ଦଳ ଦଳରେ ୩ ଜଣ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିଛି, ଯେଉଁଥିରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ, ବିରାଟ କୋହଲି ଓ ଓପନର ରୋହିତ ଶର୍ମା ସାମିଲ। ଧୋନୀଙ୍କୁ ଏହି ଦଳର ଓ୍ଵିକେଟ୍ କିପର ଓ ଅଧିନାୟକ ଦାୟିତ୍ଵ ଦିଆଯାଇଛି। ରୋହିତଙ୍କୁ ଓପନିଂ ଭାବେ ଦଳରେ ସାମିଲ କରାଯାଇଥିବା ବେଳେ ବିରାଟଙ୍କୁ ତୃତୀୟ ନମ୍ବର ବ୍ୟାଟସମ୍ୟାନ କରାଯାଇଛି।
ୱିଜଡେନ୍ ଟେଷ୍ଟ୍ ଟିମ୍: ଆଲିଷ୍ଟର୍ କୁକ୍ (ଇଂଲଣ୍ଡ), ଡେଭିଡ୍ ୱାର୍ଣ୍ଣର (ଅଷ୍ଟ୍ରେଲିଆ), କୁମାର ସାଙ୍ଗାକାରା (ଶ୍ରୀଲଙ୍କା), ଷ୍ଟିଭ୍ ସ୍ମିଥ୍ (ଅଷ୍ଟ୍ରେଲିଆ), ବିରାଟ୍ କୋହଲି (ଭାରତ), ବେନ୍ ଷ୍ଟୋକ୍ସ (ଇଂଲଣ୍ଡ), ଏବି ଡି’ଭିଲିୟର୍ସ (ଦକ୍ଷିଣ ଆଫ୍ରିକା), ଆର୍ ଅଶ୍ୱିନ୍ (ଭାରତ), ଡେଲ୍ ଷ୍ଟେନ୍ (ଦକ୍ଷିଣ ଆଫ୍ରିକା), କାଗିସୋ ରବାଡା (ଦକ୍ଷିଣ ଆଫ୍ରିକା), ଜେମ୍ସ ଆଣ୍ଡରସନ୍ (ଇଂଲଣ୍ଡ)।
ୱିଜଡେନ୍ ଦିନିକିଆ ଟିମ୍: ରୋହିତ୍ ଶର୍ମା (ଭାରତ), ବିରାଟ୍ କୋହଲି (ଭାରତ), ଡେଭିଡ୍ ୱାର୍ଣ୍ଣର୍ (ଅଷ୍ଟ୍ରେଲିଆ), ଏବି ଡି’ଭିଲିୟର୍ସ (ଦକ୍ଷିଣ ଆଫ୍ରିକା), ଜୋସ୍ ବଟଲର୍ (ଇଂଲଣ୍ଡ), ସାକିବ୍ ଅଲ୍ ହାସନ୍ (ବାଂଲାଦେଶ), ମହେନ୍ଦ୍ର ସିଂହ ଧୋନି (ଭାରତ), ଲସିଥ୍ ମାଲିଙ୍ଗା (ଶ୍ରୀଲଙ୍କା), ମିଚେଲ୍ ଷ୍ଟାର୍କ (ଅଷ୍ଟ୍ରେଲିଆ), ଟ୍ରେଣ୍ଟ୍ ବୋଲ୍ଡ (ନ୍ୟୁଜିଲ୍ୟାଣ୍ଡ୍), ଡେଲ୍ ଷ୍ଟେନ୍ (ଦକ୍ଷିଣ ଆଫ୍ରିକା)।