ଜାଣନ୍ତୁ କେବେଠୁ ଆରମ୍ଭ ଓ କେବେ ସରିବ ମାଟ୍ରିକ୍ ପରୀକ୍ଷା,କେଉଁ ବିଷୟକୁ ଦିଆଯିବ ଅଧିକ 15 ମିନିଟ୍

ଫ୍ରେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା। ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ। ୧୯ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା, ୨୨ରେ ଦ୍ୱିତୀୟ ଭାଷା ଇଂରାଜୀ, ୨୪ରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ, ୨୬ରେ ଗଣିତ, ୨୮ରେ ବିଜ୍ଞାନ, ୧ ତାରିଖ ଅର୍ଥାତ ରବିବାର ଭିଜୁଆଲ୍‌ ଆର୍ଟ ପ୍ରାକ୍ଟିକାଲ ପରୀକ୍ଷା ଓ ୨ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ । ୨ ତାରିଖରେ ସରିବ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତ୍ୟେକ ଦିନ ୧୦ଟାରୁ ଆରମ୍ଭ ହେବ ୧୨ଟା ୩୦ଯାଏଁ ଚାଲିବ ପ୍ରଥମ ସିଟିଂ। କେବଳ MTH ପରୀକ୍ଷା ୧୨.୪୫ରେ ଶେଷ ହେବ। ଏହି ବିଷୟ ପାଇଁ  ପରୀକ୍ଷାର୍ଥୀଙ୍କ ପାଇଁ ଅଧିକ 15 ମିନିଟ ଅଧିକ ସମୟ ଦିଆଯିବ।

Leave a Reply

Your email address will not be published. Required fields are marked *