ଭାରତ-ୱେଷ୍ଟଇଣ୍ତିଜ୍ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ପାଇଁ ବାରବାଟୀ ଷ୍ଟାଡିୟମର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ତେବେ ବାରବାଟୀର ଐତିହ ସହିତ ଜଡିତ ରହିଥିବା କେତେକ ସ୍ଥାନକୁ ପୁନଃଉଦ୍ଧାର କରି ସେଥିରେ କିଛି ନୂଆ ରୂପ ଦେଇଛି ଓସିଏ। ଆସନ୍ତା 22 ତାରିଖ ମ୍ୟାଚ୍ ଦିନ ସବୁଠୁ ଆକର୍ଷଣର କେନ୍ଦ୍ର ପାଲଟିବ ଷ୍ଟାଡିୟମର ପରିଚୟ ପାଲଟିଥିବା କ୍ଲକ୍ ଟାୱାର। ବାରବାଟୀର ଆକର୍ଷଣ କେନ୍ଦ୍ର ବିନ୍ଦୁ ରହିଥିବା କ୍ଲକ୍ ଟାୱାରକୁ ଦିଆଯାଇଛି ହେରିଟେଜ୍ ଲୁକ୍। ଦୀର୍ଘ ବର୍ଷ ଧରି କ୍ଲକ୍ ଟାୱାର ବାରବାଟୀର ପରିଚୟକୁ ବଖାଣି ଆସୁଥିଲାବେଳେ ଏଥର ଏହାର ରୂପରେ ପରିବର୍ତ୍ତନ କରାଯାଇଛି। ଟାୱାର ମୂଳ ନିର୍ମାଣରେ କୌଣସି ପରିବର୍ତ୍ତନ କରାଯାଉନଥିଲାବେଳେ ଏହାର ବାହ୍ୟ ଢାଞ୍ଚାର ସୌନ୍ଦର୍ଯ୍ୟକରଣ କରାଯାଉଛି। ପ୍ରତି ମହଲାରେ ସିଲି˚ କରାଯାଇ ଫୋକସ୍ ଲାଇଟ୍ ଲଗାଯାଉଛି। ଯାହାଦ୍ୱାରା ରାତି ସମୟରେ ଟାୱାର ସୌନ୍ଦର୍ଯ୍ୟ ଆହୁରି ବଢିଯିବ ବୋଲି କୁହାଯାଇଛି। ଟାୱାର ଶୀର୍ଷରେ ଥିବା ଘଣ୍ଟିକୁ ସୁନେଲି ରଙ୍ଗରେ ରଙ୍ଗାଯିବା ସହ ଚାରିପଟେ ନୂଆ ଘଣ୍ଟା ଲାଗିବ। ଏହା ଭିତରେ ପ୍ରଥମ ପ୍ରାଥମିକତା ଦିଆଯାଇଛି ଷ୍ଟାଡିୟମ ପରିସରରେ ରହିଥିବା କ୍ଲକ୍ ଟାୱାରକୁ। ରବାଟୀରେ କ୍ରିକେଟ ଖେଳା ସମୟରେ ଦୁଇଟି end ରହିଥାଏ । ଗୋଟିଏ ମହାନଦୀ end ଓ ଅନ୍ୟଟି କ୍ଲକ୍ ଟାୱାର end। ଖେଳର ସିଧା ପ୍ରସରଣ ସମୟରେ clock tower ଲୋକଙ୍କ ଅଧିକା ନଜର ରହିଥାଏ । ତେଣୁ ଏହି ଟାୱାରକୁ ଏବେ ଦିଆଯାଉଛି ହେରିଟେଜ ଲୁକ୍ । ଷ୍ଟାଡିୟମର ପ୍ରତିଷ୍ଠାତା ଭୈରବ ମହାନ୍ତିଙ୍କ ସମୟରେ ନିର୍ମିତ ଢଞ୍ଚାରେ କୌଣସି ପରିବର୍ତ୍ତନ ଅଣାଯାଇନଥିବା ବେଳେ ଏହାକୁ ଅଧିକ ସୌନ୍ଦର୍ଯ୍ୟୀକରଣ ଲାଗି ଲାଇଟିଙ୍ଗର ବ୍ୟବସ୍ଥା କରାଯାଇଛି।