ଆସୁଛି ୫-ଜି: ମରଣ ମୁହଁକୁ ଚାଲିଯିବକି ମଣିଷ?

କେତେକ ନିର୍ଦ୍ଧିଷ୍ଠ ଟେଲିକମ ସଂସ୍ଥା ୫ ଜି ନେଟଓ୍ଵର୍କ ବ୍ୟବହାର ପାଇଁ ପ୍ରକ୍ରିୟା ଆରମ୍ଭ କଲେଣି । କିନ୍ତୁ ଆପଣ ଭାବିଛନ୍ତି କି , ଏହି ୫ଜି ଆପଣଙ୍କୁ ବିପଦରେ ପକାଇପାରେ । କ୍ୟାନସର ଭଳି ରୋଗରେ ଆପଣ ରୋଗାକ୍ରାନ୍ତ ହୋଇପାରନ୍ତି ।

ପୂର୍ବର ନେଟଓ୍ଵର୍କ ଠାରୁ ଏହା ସମ୍ପୁର୍ଣ୍ଣ ଅଲଗା ହେବ । ୫ଜି ଆଣିବ ନୂଆ ବିପ୍ଳବ । କେବଳ ନେଟଓ୍ଵର୍କ ସ୍ପିଡ ହେବ ତାହା ନୁହଁ , ଆଉ ଏକ ନୂଆ ଦୁନିଆକୁ ଚାଲିଯିବ ଏହି ମଣିଷ ଜଗତ । ପରସ୍ପର ସହ କଥା ହେବେ ବୈଦ୍ୟୁତିକ ଯନ୍ତ୍ରପାତି । ଆପଣଙ୍କ କଥା ଶୁଣି ପ୍ରତିକ୍ରିୟା ଦେବ ଯନ୍ତ୍ରପାତି । କିନ୍ତୁ ଏହି ଉନ୍ନତମାନର ବିଜ୍ଞାନ ଜୀବଜଗତ ପାଇଁ ଅଭିଶାପ ପାଲଟିଯିବ । WHOର ଗବେଷଣା ଅନୁଯାୟୀ କ୍ୟାନସର ଭଳି ରୋଗରେ ପୀଡିତ ହେବେ ଜନସାଧାରଣ ।

୫ଜି ନେଟଓ୍ଵର୍କ ପାଇଁ ଗଳିକନ୍ଦିରେ ଲାଗିବ ଟାଓ୍ଵାର । ଭଲ ନେଟଓ୍ଵର୍କ ପାଇଁ ବଡ ବଡ ଗଛ କାଟିବାକୁ ପଡିବ । ତେବେ ପୂର୍ବରୁ ନେଦରଲ୍ୟାଣ୍ଡରେ ୫ଜି ପରୀକ୍ଷା କରିବା ସମୟରେ ଶହ ଶହ ପକ୍ଷୀ ମରିଯାଇଥିଲେ । କେବଳ ଏତିକି ନୁହଁ ୫ଜି ସିଗ୍ନାଲ ଉଦ୍ଭିଦ ଉପରେ ବି ପ୍ରଭାବ ପକାଇବ ବୋଲି ପରିବେଶବିତ ଆଶଙ୍କା କରିଛନ୍ତି ।

୪ଜିର ନେଟଓ୍ଵାର୍କ ଠାରୁ ୧ହଜାର ଗୁଣ ସ୍ପିଡ ରହିବ ୫ଜିର ନେଟଓ୍ଵର୍କ । କିନ୍ତୁ ଥରେ ଚିନ୍ତା କରନ୍ତୁ ଏହି ସ୍ପିଡ ଆପଣଙ୍କ ଜୀବନର ସ୍ପିଡକୁ କମାଇଦେବ।

Leave a Reply

Your email address will not be published. Required fields are marked *