କାଲି ଠାରୁ ୪୨ ଜଣ ବିଧାୟକ ହୋଇଯିବେ ବାସହରା: ବିଧାୟଙ୍କ ଘରେ ବୁଲିବ ବୁଲ୍ ଡୋଜର୍

ଆସନ୍ତାକାଲିଠାରୁ ଭଙ୍ଗାହେବ ବିଧାୟକଙ୍କ କ୍ୱାର୍ଟର। ବିଧାନସଭା ସାମ୍ନାରେ ଥିବା ୪୨ଟି କ୍ୱାର୍ଟର ଭଙ୍ଗା ହେବା ନେଇ ନିଷ୍ପତ୍ତି ହୋଇଛି। ସେହି ସ୍ଥାନରେ ତିଆରି ହେବ ୧୦ ମହଲା ବିଶିଷ୍ଟ ଅତ୍ୟାଧୁନିକ ଆପାର୍ଟମେଣ୍ଟ। ନୂଆ ଆପାର୍ଟମେଣ୍ଟରେ ଅତ୍ୟାଧୁନିକ ପାର୍କ, ମଲ୍ଟି ଜିମ୍, ପାର୍କିଙ୍ଗ, ସୁଇମିଂପୁଲ, ମର୍ଣ୍ଣିଂ ୱାକ୍ ଟ୍ରାକ୍ ପ୍ରଭୃତି ସୁବିଧା ରହିବ। ନିର୍ମାଣ ହେବାକୁ ଥିବା ଆପାର୍ଟମେଣ୍ଟରେ 140ଟି ଫ୍ଲାଟ ରହିବ। ଯେଉଁଥିପାଇଁ ବ୍ୟୟଅଟକଳ 400 କୋଟି ରହିଛି। ୨୪ ବିଧାୟକ ଏ ପର୍ଯ୍ୟନ୍ତ ଘର ଛାଡିଥିବା ବେଳେ ଅନ୍ୟ ମସ୍ତେ ଯଥାଶୀଘ୍ର ଘର ଛାଡିବା ପାଇଁ ନିର୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଆଜି ଏ ନେଇ ଏକ ବୈଠକରେ ନିଷ୍ପତ୍ତି ହୋଇଛି।

Leave a Reply

Your email address will not be published. Required fields are marked *