କଟକରେ କଏନ ରାକେଟ୍: ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲେ

ଛୋଟ ନୋଟ ନିଅ, ବଡ଼ ନୋଟ ଦିଅ।  ଲକ୍ଷେ ଟଙ୍କା ବଦଳାଇଲେ ମିଳିବ ଅଧିକ 20 ହଜାର ଟଙ୍କା। ଏଭଳି କଥା କହି ଲୋକଙ୍କୁ ଭୁଆଁ ବୁଲାଇ ଠକି ଚାଲିଥିବେ ଲକ୍ଷ ଲକ୍ଷ ଟଙ୍କା। ଏଭଳି ଏକ ଠକ ରାକେଟକୁ କାବୁ କରିଛି କମିଶନରେଟ୍ ପୋଲିସ। ନିଜକୁ ମଠ ମହନ୍ତ ଓ କର୍ମକର୍ତ୍ତା ଜଣାଇ ଠକୁଥିବା ଏକ ଗ୍ରୁପକୁ ଗିରଫ କରିଛି କମିଶନରେଟ ପୋଲିସ। ଜଗତସିଂହପୁରର ମନୋଜ ପଟ୍ଟନାୟକ, ଅନୀଲ ଭୋଇ, ପ୍ରଦୀପ ସାମନ୍ତରାୟ ଓ କଟକ ସିଡିଏର ଇସାନ ଦାସ। ନିଜକୁ ମଠ ଓ ମନ୍ଦିରର ପରିଚାଳକ ଓ କର୍ମକର୍ତ୍ତା ପରିଚୟ ଦେଇ ବଢ଼ାଉଥିଲେ ସଂପର୍କ। ମନ୍ଦିର ମଠ ହୁଣ୍ଡିରେ ପଡୁଥିବା ଛୋଟ ଛୋଟ ନୋଟ ନେଇ ବଡ଼ ବଡ଼ ନୋଟ ଦେଲେ ଲକ୍ଷେରେ 20 ହଜାର ଲାଭ। ଲୋକବି ଏମାନଙ୍କ କଥାରେ ଫସି ଯାଉଥିଲେ। ବସ୍ତାରେ ଆସୁଥିଲା ଲକ୍ଷ ଲକ୍ଷ ଟଙ୍କା ଖୁଚୁରା ଓ ଛୋଟ ନୋଟ। ବସ୍ତା ଟଙ୍କା ଧରି ଗଣି ଦେଉଥିଲେ କଡ଼କଡ଼ିଆ500 ଓ 2000 ନୋଟ। ମାତ୍ର ଘରେ ଯାଇ ବସ୍ତା ଖୋଲିଲେ କଏନ ବଳଳରେ ଲୁହା ଲତା ଥିବା କୁହାଯାଇଛି। ଏମିତି ଅଭିଯୋଗ କଟକ ଚାଉଳିଆଗଞ୍ଜ ଥାନାରେ ପହଞ୍ଚିବା ପରେ 4ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ଛାନଭିନ ଚଳାଇଛି ପୋଲିସ।

Leave a Reply

Your email address will not be published. Required fields are marked *