ଶେଷ ପର୍ଯ୍ୟାୟରେ ବାରବାଟୀ ପ୍ରସ୍ତୁତି: ସୁରକ୍ଷାକୁ ନେଇ ସମୀକ୍ଷା କଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ବାରବାଟୀ ଦିନିକିଆକୁ ଆଉ ଦିନ କେଇଟା ବାକି। ରାତି ଦିନ ଏକ କରି ଲାଗି ପଡ଼ିଛନ୍ତି କର୍ତ୍ତୁପକ୍ଷ। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ମ୍ୟାଚକୁ ସୁରୁଖୁରୁରେ କିପରି କରାଯାଇପାରିବ ସେ ନେଇ ଓସିଏ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ଲାଗି ପଡ଼ିଛନ୍ତି। ବାରବାଟୀ ମ୍ୟାଚକୁ ନେଇ ପ୍ରତ୍ୟେକ ଦିନ ବୌଠକ ପରେ ବୈଠକ ଜାରି ରହିଥିବା ବେଳେ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାରବାଟୀ ଷ୍ଟାଡ଼ିୟମ ଯାଇ ସମୀକ୍ଷା କରିଛନ୍ତି।

ଏହି ଅବସରରେ ଇନଚାର୍ଜ ଡିଜିପି ସତ୍ୟଜିତ୍ ମହାନ୍ତି, ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଓସିଏ ସଂପାଦକ ସଂଜୟ ବେହେରାଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ। ଏହାସହ ୨୨ ତାରିଖରେ ଭାରତ-ଓ୍ୱେଷ୍ଟ ଇଣ୍ଡିଜ୍ ମ୍ୟାଚ୍ ଯେଭଳି ସଫଳତାର ସହ ଆୟୋଜିତ ହେବ ସେ ନେଇ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ବାରବାଟୀ ଗ୍ରାଉଣ଼୍ଡ ମଧ୍ୟ ବୁଲି ଦେଖିଥିଲେ।

Leave a Reply

Your email address will not be published. Required fields are marked *