ଦୌଡ଼ରାଣୀ ସାଜିଲେ ମାଲିକାଣୀ

ଦେଶର ଦୃତତମ ଧାବିକା ଦୁତୀଚାନ୍ଦ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି, କେତେବେଳେ ଖେଳ ପାଇଁ ତ କେତେବେଳେ ନିଜ ବ୍ୟକ୍ତିଗତ ଜୀବନ ପାଇଁ। ଟ୍ରାକରେ ୧୦୦ ମିଟର ରନିଂ ଇଭେଣ୍ଟରେ ଚମକୁଥିବା ଦୂତୀ ଏବେ ଆଉ ଏକ ବଡ଼ ଉଡ଼ାଣ ଆରମ୍ଭ କରିଛନ୍ତି । ଟ୍ରାକରେ ଟକ୍କର ପରେ ଏବେ ବିଜନେସର ନୂଆ ରେସ୍ । ରାଜଧାନୀ ସମେତ ସାରା ରାଜ୍ୟରେ ୧୦୦ଟି ହୋଟେଲ ଓପନ୍ କରି ରେକର୍ଡ କରିବା ଲକ୍ଷ୍ୟରେ ଅଛନ୍ତି ଓ ଓଡ଼ିଆ ଝିଅ । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୨ଟି ହୋଟେଲ ଖୋଲିଥିବା ବେଳେ ଆଉ ୯୮ ଟି ହୋଟେଲ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ଦୌଡ଼ରାଣୀ ଦୁତୀ ଚାନ୍ଦ।

ଧାବିକାରାଣୀ ଦୁତୀଚାନ୍ଦ, ସାରା ଦେଶର ଏକ ଚର୍ଚ୍ଚିତ ଏବଂ ଜଣାଶୁଣା ଚେହେରା । ସେ ଖେଳ ହେଉ କିମ୍ବା ବ୍ୟକ୍ତିଗତ ଜୀବନ, ସର୍ବଦା ସେ ଚର୍ଚ୍ଚାରେ ହିଁ ରହିଥାନ୍ତି । କ୍ରୀଡ଼ା କ୍ଷେତ୍ରରେ ଅନେକ ସଫଳତା ସାଉଁଟି ଶୀର୍ଷରେ ପହଞ୍ଚିଥିବା ଦୁତୀ ଏବେ ନୂଆ ରାସ୍ତାରେ ପାଦ ଥାପିଛନ୍ତି। ଦୁତୀ ନୂଆ କରି ହୋଟେଲ୍‌ ବିଜନେସରେ ପ୍ରବେଶ କରିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ‘ଡିଟି ଡିଲାଇଟ୍ସ’ ନାଁରେ ଏବେ ଦୁତୀ ଦୁଇଟି ହୋଟେଲ ଖୋଲିଛନ୍ତି। ବର୍ତ୍ତମାନ ଗୋଟିଏ ହୋଟେଲ ଶୈଳଶ୍ରୀ ବିହାରରେ ଏବଂ ଅନ୍ୟଟି ଏମ୍ସ ନିକଟରେ ଖୋଲାଯାଇଛି। ଆଗାମୀ ଦିନରେ ଦୁତୀ ଆହୁରୀ ୯୮ଟି ହୋଟେଲ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି। ଦୁତୀଙ୍କ ମତରେ ଟ୍ରାକରେ ଯେପର୍ଯ୍ୟନ୍ତ ଭଲ ଖେଳୁଥିବେ ଏହି ଲାଇନରେ ତିଷ୍ଠି ରହିବ, ଯେବେ ପ୍ରଦର୍ଶନ ଖରାପ ହେବ ସେତେବେଳେ ଆଉ କେହି ପଚାରିବେ ନାହିଁ । ନିଜ ଭବିଷ୍ୟତ କଥା ଚିନ୍ତା କରିବା ସହ ଅନେକ ବେକାରୀ ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରିବାକୁ ଏଭଳି ନିଷ୍ପତି ନେଇଛନ୍ତି ଦୂତି । ଏସିଆନ୍ ଗେମ୍ସର ସଫଳତା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ଅର୍ଥ ଦେଇଥିଲେ ସେହି ଟଙ୍କାରେ ଏହି ବ୍ୟବସାୟ୍ ଆରମ୍ଭ କରିିଥିବା କହିଛନ୍ତି ଦୁତୀ ।

Leave a Reply

Your email address will not be published. Required fields are marked *