ଦୀର୍ଘ ଦୁଇ ବର୍ଷ ପରେ ବାରବାଟୀକୁ ମିଳିଛି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। ଆସନ୍ତା 22 ତାରିଖ ଏହି ମ୍ୟାଚ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ଦେଖିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ବାରବାଟୀ ଦିନିକିଆ ପାଇଁ ଗୁରୁବାର ଅଲ ଲାଇନ୍ ଟିକେଟ୍ ବିକ୍ରି ହୋଇଛି। www.paytm.com ସାଇଟରେ ସନ୍ଧ୍ୟା 5ଟାରେ ଟିକେଟ୍ ବିକ୍ରି ଆରମ୍ଭ ରହିଥିଲା। ସନ୍ଧ୍ୟା 5ଟାରେ ଅନ ଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା ସତ ହେଲେ ମାତ୍ର କେଇ ମିନିଟରେ ଗ୍ୟାଲେରୀ ଟିକେଟ୍ ଆଉ ମିଳିନଥିଲା। ଯାହାକୁ ନେଇ କ୍ରିକେଟ୍ ପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନନ୍ତି। ଅନଲାଇନରେ ପାଖାପାଖି 9 ହଜାର ଟିକେଟ୍ ବିକ୍ରି ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଏତେଶୀଘ୍ର ଏହି ଟିକେଟ୍ କେମିତି ଶେଷ ହୋଇଗଲା ତାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। 400 ଟଙ୍କାରୁ ଆରମ୍ଭ କରି 5900 ଟଙ୍କା ପର୍ଯ୍ୟନ୍ତ ଟିକେଟ୍ ଏହି ସାଇଟରେ ଉପଲବ୍ଧ କରାଯାଇଥିଲା। 6ନମ୍ବର ଗ୍ୟାଲେରୀ ପାଇଁ ଟିକେଟ୍ ମ୍ୟୁଲ୍ୟ 400 ଟଙ୍କା ରଖାଯାଇଥିବା ବେଳେ, 4 ଓ 2 ଗ୍ୟାଲେରୀ ପାଇଁ ଟିକେଟ୍ ମୂଲ୍ୟ 590 ଟଙ୍କା ରହିଥିଲା। ଏବଂ ସ୍ପେସାଲ ଏନକେ୍ଲାଜର ବକ୍ସ ପାଇଁ 3540 ଓ ଏସି ବକ୍ସ ପାଇଁ 5900 ଟଙ୍କା ଟିକେଟ୍ ମୂଲ୍ୟ ରହିଥିଲା। ସୂଚନାଯୋଗ୍ୟ ଜଣେ ଯଦି 590 ଟଙ୍କିଆ 3ଟି ଟିକେଟ୍ କିଣିବ ତେବେ ତାଙ୍କୁ ଟ୍ୟାକ୍ସ ମିଶାଇ 1895 ଟଙ୍କା ଦେବାରୁ ପଡ଼ିବ।