ସବୁ କଳ୍ପନା ଜଳ୍ପନାର ଅନ୍ତ ହେବାକୁ ଯାଉଛି। ରାତି ପାହିଲେ ବାରବାଟୀ ଦିନିକିଆ ପାଇଁ ଅନଲାଇନରେ ବିକ୍ରି ହେବ ଟିକେଟ୍। ଏଥିପାଇଁ ସମସ୍ତ ପ୍ରସ୍ତୁତ ଶେଷ ହୋଇ ସାରିଛି। କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହକୁ ଦୃଷ୍ଟିରେ ରଖି ଓସିଏ କର୍ତ୍ତୁପକ୍ଷ ଏଥର ଅନଲାଇନରେ 9 ହଜାର ଟିକେଟ୍ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ରିକେଟ୍ ପ୍ରେମୀ ଦର୍ଶକ ଆସନ୍ତା କାଲି ଠାରୁ www.paytm.com ସାଇଟରୁ ଟିକେଟ୍ କିଣି ପାରିବେ। ଗତ ମ୍ୟାଚରେ ନକଲି ଟିକେଟ୍ ଛାପି ଏହାକୁ ବିକ୍ରି କରିବା ଭଳି ଅଭିଯୋଗ ଆସିବା ପରେ ଏଥର ଟିକେଟ ଉପରେ କୌଣସି ଜାଲିଆତି ନ ହୋଇପାରବି ସେ ନେଇ ବେଶ ସଜାଗ ରହିଛି କମିଶନରେଟ୍ ପୋଲିସ। ଅନଲାଇନ ଟିକେଟ୍ ବିକ୍ରି ପରେ ଅଫଲାଇନରେ ଆସନ୍ତା 19 ତାରିଖ ଠାରୁ ବିକ୍ରି ହେବ। ଅଫଲାଇନ ଟିକେଟ୍ ପାଇଁ ଏଥର ଲୋକଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବନି। କାରଣ ପ୍ରଥମ ଥର ପାଇଁ ଭାରତ-ୱେଷ୍ଟ ଇଣ୍ଡିଜ ମ୍ୟାଚ୍ ପାଇଁ ବାରବାଟୀରେ 15ଟି କାଉଁଟର୍ ଖୋଲିବାକୁ ଯାଉଛି। ପୂର୍ବରୁ ଟିକେଟ୍ ପାଇଁ ଦର୍ଶକ ମାତ୍ର 4ଟି କାଉଁଟର ଉପରେ ନିର୍ଭର କରୁଥିଲେ। ଯେଉଁଥିପାଇଁ ଦର୍ଶକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା।