ଟାଟା ଷ୍ଟିଲ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ନେତା, ମନ୍ତ୍ରୀ, ଅଫିସର୍ ଓ ସାମ୍ବାଦିକ ଏକାଠି

ଅଫିସ୍ କି ସଚିବାଳୟ ନୁହେଁ, ଖୋଦ୍ ମଇଦାନରେ ଦେଖିବାକୁ ମିଳିଲା ରିଅଲ ଫାଇଟ୍। କାର୍ଯ୍ୟବ୍ୟସ୍ତତତା ଭିତରେ ଟିକିଏ ଫୁରସତ କାଢ଼ି ପଡ଼ିଆରେ କ୍ରିକେଟ୍ ଖେଳିଳେ ନେତା, ମନ୍ତ୍ରୀ, ଅଧିକାରୀ ଓ ସାମ୍ବାଦିକ। ସବୁ ବର୍ଷ ଭଳି ଟାଟା ଷ୍ଟିଲ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱର ରେଲୱେ ଷ୍ଟାଡ଼ିୟମରେ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ବ୍ୟୁରୋକ୍ରାଟ୍ସ ଇଲେଭେନ ଚାମ୍ପିୟନ ହୋଇଛି। ଏହି ପ୍ରତିଯୋଗିତାରେ ୪ଟି ଟିମ୍‌ ମିଡିଆ ଇଲେଭେନ, ଲିଡର ଇଲେଭେନ, ବ୍ୟୁରୋକ୍ରାଟ୍ସ ଇଲେଭେନ ଓ ଟାଟା ଷ୍ଟିଲ୍‌ ଇଲେଭେନ ଅଂଶଗ୍ରହଣ କରିଥିଲେ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ମ୍ୟାଚ୍ ବେଶ୍ ରୋମାଞ୍ଚଭରା ଥିଲା। ଯେଉଁଥିରେ ଆୟୋଜକ ଟାଟା ଷ୍ଟିଲକୁ ୧୬ ରନରେ ହରାଇ ବ୍ୟୁରୋକ୍ରାଟ୍ସ ଇଲେଭେନ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି।

This image has an empty alt attribute; its file name is 044f389a-3692-41a4-89ed-cd7e205cc762-1024x638.jpg

ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ, ଲିଡର୍ ଇଲେଭେନ ଓ ବ୍ୟୁରୋକ୍ରାଟ୍ସ ଇଲେଭେନ ମଧ୍ୟରେ ଖେଳାଯାଇଥିଲା। ଯେଉଁ ମ୍ୟାଚରେ ଲିଡର ଇଲେଭେନକୁ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ବ୍ୟୁରକ୍ରାଟ୍ସ ଟିମ୍‌। ଅନ୍ୟପଟେ ଦ୍ୱିତୀୟ ସେମିଫାଇନାଲଟି ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଏହି ମ୍ୟାଚରେ ଟାଟା ଷ୍ଟାଲ୍‌ ଠାରୁ ମାତ୍ର ୪ ରନରେ ହାରି ଟୁର୍ଣ୍ଣାମେଣ୍ଟରୁ ଅଧାରୁ ବିଦାୟ ନେଇଥିଲା ମିଡିଆ ଇଲେଭେନ ଏବଂ ଟାଟା ଷ୍ଟିଲ୍‌ ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲ ମ୍ୟାଚରେ ଆକର୍ଷଣୀୟ ପ୍ରଦର୍ଶନ ସହ ଦଳକୁ ଚାମ୍ପିୟନ କରାଇଥିବା ବ୍ୟୁରୋକ୍ରାଟ୍ସ ଇଲେଭେନର ପ୍ରମୁଖ ଖେଳାଳି ଅନିରୁଧ ସିଂହ ମ୍ୟାନ ଅଫ୍‌ ଦି ମ୍ୟାଚ ହୋଇଥିଲେ।

ଦୈନନ୍ଦିନ କାର୍ଯ୍ୟରୁ ବିରତି ନେଇ ଆଜି ସକାଳୁ ସକାଳୁ ଭୁବନେଶ୍ୱର ରେଲୱେ ଷ୍ଟାଡ଼ିୟମରେ ନେତା, ମନ୍ତ୍ରୀ, ଅଫିସର ଓ ସାମ୍ବାଦିକମାନେ ଏକଜୁଟ୍‌ ହୋଇଥିଲେ। ଯାହା ଉପସ୍ଥିତି ଦର୍ଶକଙ୍କୁ ମନରଂଜନର ଖୋରାକ ଯୋଗାଇଥିଲା। ପୋଲିସ, ନେତା ସାମ୍ବାଦିକ ଓ ଅଫିସରଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ନେଇ ଏଭଳି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯାଉଛି ଏବଂ ଆଗମୀ ଦିନରେ ଏହି ପରମ୍ପରା ଜାରି ରହିବ ବୋଲି ବୋଲି ଟାଟା ଷ୍ଟିଲର କର୍ପୋରେଟ୍ ସେବାର ଉପ ସଭାପତି ଚାଣକ୍ୟ ଚୌଧୁରୀ କହିଛନ୍ତି।

Leave a Reply

Your email address will not be published. Required fields are marked *