ରାଜଧାନୀର ଏହି ଛକରେ ଜାଲ ବିଛାଇଛି ଟ୍ରାଫିକ୍ ପୋଲିସ, କାଲିଠୁ ଖସିବା ମୁସ୍କିଲ

ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଆଉ ତ୍ରାହି ନାହିଁ। ଟ୍ରାଫିକ ନିୟମ ନ ମାନିଲେ ଜୋରିମାନା ଦେବାଟା ନିଶ୍ଚିତ। ପୁଲିସ ହାତରୁ ଖସିଗଲେ ବି ସିସିଟିଭି ହାତରେ ଧରା ପଡିବେ। ଏଣିକି ଟ୍ୱିନ ସିଟିରେ ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବା ପାଇଁ ଜାଲ ବିଛାଇଛି କମିଶନରେଟ୍ ପୋଲିସ। ରବିବାର ଠାରୁ ପୁଣି ରାଜ୍ୟରେ ଯାଞ୍ଚ ଆରମ୍ଭ ହେବ। କେବଳ କାଗଜପତ୍ର ଯାଞ୍ଚକୁ ବାଦ ଦେଇ ଅନ୍ୟ ସମସ୍ତ ପ୍ରକାର ଯାଞ୍ଚ ହେବ। ଭୁବନେଶ୍ୱର ଏବଂ କଟକରେ ଟ୍ରାଫିକ ନିୟମ ପାଳନ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ପୁଲିସ ପ୍ରସ୍ତୁତ ଅଛି। ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଅନୁସାରେ, “ଟ୍ରାଫିକ ନିୟମ ଉଲ୍ଲଂଘନ କଡାକଡି ଭାବେ ଯାଞ୍ଚ କରାଯାଉଛି। କେହି ଧରାପଡିଲେ ଚାଲାଣ କଟାଯିବ। ଏହାଛଡା ପୁଲିସ ନ ଧରିଲେ ମଧ୍ୟ ଉଲ୍ଲଂଧନକାରୀ ସିସିଟିଭି ମାଧ୍ୟମରେ ଧରାପଡ଼ି ଜୋରିମାନା ଗଣିବେ। ଜୋରିମାନା ନଦେଲେ ବି ଖିଲାଫକାରୀଙ୍କ ଖାତାରେ ଏହି ବକେୟା ଟଙ୍କା ପଡିବ। ଏଥିପାଇଁ ଲୋକଙ୍କ ସହ ଯୁକ୍ତି ନ କରିବାକୁ କର୍ମୀଙ୍କୁ କହାଯାଇଛି”। ପୁଲିସ କମିଶନରଙ୍କ କହିବା ଅନୁସାରେ ଉଲ୍ଲଂଘନକାରୀଙ୍କୁ ଚହ୍ନଟ କରିବା ପାଇଁ ଟିଭିଡିଏସ୍ ବ୍ୟବସ୍ଥା କରାଯିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ରୁପାଲି ଛକରୁ ଆରମ୍ଭ ହେବ। ସିସିଟିଭିରେ କଏଦ ହେବ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ନମ୍ବର ପ୍ଲେଟ। ଏହାପରେ ଗାଡ଼ିଚାଳକଙ୍କ ଘରକୁ ପଠାଯିବ ଚାଲାଣ, ଜରିମାନା ନଦେଲେ ବକେୟା RTO ଖାତାରେ ଚଢ଼ିବ । ଟିକସ ଦେବା ବେଳେ ସୁଧସହ ତଣ୍ଡ ଗଣିବେ ଖିଲାପକାରୀ। ରୁପାଲି ଛକ ପରେ ଆଉ ୮ଟି ଛକରେ ଲାଗୁ ହେବ ଟିଭିଡିଏସ୍ ବ୍ୟବସ୍ଥା | ୩ ବର୍ଷ ଭିତରେ ଟ୍ରାଫିକ ପୋଷ୍ଟରୁ ପୋଲିସ ପ୍ରତ୍ୟାହାର କରିବାକୁ ଲକ୍ଷ୍ୟ ରଖାଯାଇଛି |

Leave a Reply

Your email address will not be published. Required fields are marked *