ଆଉ ୩ ମାସ ଟ୍ରାଫିକ୍ ନିୟମ ହେଲା କୋହଳ: ହେଲେ ଏହି କାମ କଲେ ଗଣିବେ ତଣ୍ଡ

ଆଉ ୩ ମାସ ଘୁଞ୍ଚିଲା ନୂଆ ଟ୍ରଫିକ୍ ନିୟମ ପାଇଁ ଯାଞ୍ଚ ପ୍ରକ୍ରିୟା। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଏ ନେଇ ଗୁରୁବାର ସୂଚନା ଦେଇଛନ୍ତି। ଗାଡ଼ି କାଗଜପତ୍ର ପ୍ରସ୍ତୁତ ପାଇଁ ଲୋକଙ୍କୁ ଅଧିକ ୩ ମାସର ସମୟ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ତେବେ ମଦ ପିଇଥିବା ବ୍ୟକ୍ତିଙ୍କୁ ପୂର୍ବଭଳି ଧରାଯିବ, ବିନା ହେଲମେଟ୍ ଲୋକଙ୍କୁ ମଧ୍ୟ ଧରପଗଡ଼ ହେବ। ମାତ୍ର ଲାଇସେନ୍ସ, ଫିଟନେସ୍ ଓ ପ୍ରଦୂଷଣ ସାର୍ଟିଫିକେଟ୍ ପାଇଁ ଅଧିକ ସମୟ ଦିଆଯାଇଛି। ଡିସେମ୍ୱର ୧ ତାରିଖରୁ ରାଜ୍ୟରେ ନୂଆ ନିୟମ ଲାଗୁ ପାଇଁ ସରକାର ନିଷ୍ପତ୍ତି ନେଇଥିବା ବେଳେ କିଛିଦିନ ଧରି ଆରଟିଓ ଅଫିସ ଆଗରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଥିଲା। ଲୋକେ କାଗଜପତ୍ର ପ୍ରସ୍ତୁତ କରିବାକୁ ଲମ୍ବା ଲାଇନ୍ ଲଗାଇଥିବା ଦେଖିବାକୁ ମିଳୁଥିଲା। ତେବେ ବିଧାନସଭାରେ ଗୁରୁବାର ଟ୍ରଫିକ୍ ନିୟମ ପାଇଁ ଯାଞ୍ଚ ପ୍ରକ୍ରିୟା ସମୟକୁ ବୃଦ୍ଧି କରିବାକୁ ଦାବି କରିଥିଲେ ଅନେକ ବିଧାୟକ। ଯାହାପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ତେବେ ଗତ ୩ ମାସରେ ୧ ଲକ୍ଷରୁ ଅଧିକ ଲାଇସେନ୍ସ ଲାଗୁ ହୋଇଥିବା ବିଧାନସଭାରେ ମନ୍ତ୍ରୀ କହିଛନ୍ତି। ଲୋକଙ୍କ ସମସ୍ୟାକୁ ବୁଝିବାକୁ ବହୁ ସ୍ଥାନରେ ନୂଆ କାଉଣ୍ଟର ଓ ଅତିରିକ୍ତ କାଉଣ୍ଟର ଖୋଲାଯାଇଥିଲା। ଆଗକୁ ଆଉ ୩ ମାସ ନିୟମ କୋହଳ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଆଜି ବିଧାନସଭାରେ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଦେଶରେ ନୂଆ ନିୟମ ଲାଗୁ ହେବା ପରେ ଓଡ଼ିଶାରେ ୯.୫ ଲକ୍ଷ ଲୋକ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ସୂଚନା ଦିଆଯାଇଛି। ସେପ୍ଟେମ୍ବର୧ରେ ସାରା ଭାରତରେ ନୂଆ ମୋଟରଯାନ ଆଇନ ଲାଗୁ କରାଯାଇଥିଲା। ଯାହା ପରେ ପରେ ଟ୍ରାଫିକ ନିୟମ କଡ଼ାକଡ଼ି ହେବା ସହ ଲୋକଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଥିଲା। ଜରିମାନାରୁ ବଞ୍ଚିବା ପାଇଁ ଲୋକେ ନିଜ ଗାଡ଼ିର କାଗଜପତ୍ର ତିଆରି କରିବା ଆରମ୍ଭ କରିଥିଲେ। ଖାସ୍ କରି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆରଟିଓ ଅଫିସ ବାହା‌ରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଓଡ଼ିଶାରେ ଅନେକ ଲୋକ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ୯୫,୦୦୦ଲୋକଙ୍କୁ ଏପର୍ଯ୍ୟନ୍ତ ସୁଦ୍ଧା ଡ୍ରାଇଭିଂ ଲାଇସେନ୍ସ ଦିଆଯାଇଥିବା ଜଣା ପଡ଼ିଛି। ସୂଚନା ମୁତାବକ, ସେପ୍ଟେମ୍ବର୧ ଓ ନଭେମ୍ବର ୨୪ ମଧ୍ୟରେ ୧,୪୪,୬୭୫ଲୋକ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ୯୫,୨୬୬ଲୋକଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିଛି। ସେହିଭଳି ଭାବରେ ୮,୮୯,୦୯୩ଲୋକେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ୫,୨୫,୯୬୮ଜଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ମିଳି ସାରିଛି।

ତେବେ ଜାଣନ୍ତୁ କେଉଁ କେଉଁ ଭୁଲ କଲେ ଗଣିବେ ମୋଟା ଅଙ୍କର ଜୋରିମାନା…

1- ମଦ ପିଇ ଗାଡ଼ି ଚାଳାଇବେ ଦେବେ ଜୋରିମାନା

2- ତିନି ଜଣ ବସି ଗାଡ଼ି ଚଲାଇଳେ

3- ରେଡ୍ ଲାଇଟ୍ ଜମ୍ପ କଲେ ଦେବେ ଜୋରିମାନା

4- ହେଲମେଟ୍ କିମ୍ୱା ସିଟବେଲ୍ଟ ପିନ୍ଧି ନଥିଲେ ଦେବେ ଫାଇନ୍

5- ଆବଶ୍ୟକତା ଠାରୁ ଅଧିକ ଲୋଡ୍ ନେଲେ  ଲାଗିବ ଫାଇନ୍

6- ରଙ୍ଗ ରୁଟରେ ଗାଡ଼ି ଚଳାଇଲେ ଦେବେ ଫାଇନ୍

7- ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର କଲେ ଫାଇନ୍ ଲାଗିବ

8- ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ଦେବେ ଫାଇନ୍

Leave a Reply

Your email address will not be published. Required fields are marked *