ଦିନି କେଇଟା ପରେ ବାରବାଟୀ ଦିନିକିଆ: ରାତି ଦିନ ଏକ୍ କରି ଲାଗି ପଡ଼ିଛି ଓସିଏ

ବାରବାଟୀ ଦିନିକିଆ ପାଇଁ ଓଡ଼ିଶା କ୍ରିକେଟ  ଆସୋସିଏସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରତ୍ୟେକ ଦିନ ମାରାଥନ ବୈଠକ ପରେ ବୈଠକ ବସୁଛି। ନୂଆ ନୂଆ ପଦକ୍ଷେପ ମଧ୍ୟ ନିଆଯାଉଛି। ଏହାରି ଭିତରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟା୍ଚ ପାଇଁ ବିସିସିଆଇ ପକ୍ଷରୁ ଓସିଏକୁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି। କ୍ରିକେଟ୍ ମ୍ୟାଚର ଆୟୋଜନ ପାଇଁ ବ୍ୟାପକ୍ ଅର୍ଥ ଆବଶ୍ୟକ ଥିବା ବେଳେ ଓସିଏ ପକ୍ଷରୁ ବିସିସିଆଇକୁ ସହାୟତା ପାଇଁ ଅନୁରୋଧ କରାଯାଇଥିଲା। ଫଳରେ ବିସିସିଆଇ 10 କୋଟି ଟଙ୍କା ଓସିଏକୁ ପ୍ରଦାନ କରିଛି। ଟ୍ୟାକ୍ସ କଟିବା ପରେ ଓସିଏ ନିକଟରେ 9 କୋଟି ଟଙ୍କା ହସ୍ତଗତ ହୋଇଛି। ଅନ୍ୟପଟେ ରାତିଦିନ ଏକ କରି ଏହି ମ୍ୟାଚକୁ କିପରି ସୁରୁଖୁରୁରେ ଆୟୋଜନ କରାଯିବ ସେନେଇ ଲାଗି ପଡ଼ିଛି ଓସିଏ। ମ୍ୟାଚ ପାଇଁ ରାସ୍ତା. ସଫେଇ, ସୌନ୍ଦର୍ଯ୍ୟକରଣ, ଟିକେଟ ବିକ୍ରି ପାଇଁ ବ୍ୟାରିକେଡ଼ ନିର୍ମାଣ, ପାନୀୟଜଳ ଯୋଗାଣ ପାଇଁ ସୁବ୍ୟବସ୍ଥା ଇତ୍ୟାଦି କାର୍ଯ୍ୟକୁ ଡିସେମ୍ବର ୫ ସୁଦ୍ଧା ସାରିବାକୁ  ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ବାରବାଟୀ ମ୍ୟାଚ ପାଇଁ  ଏଥର ୫୨୦୦ ସିଟ୍ ସଂଖ୍ୟା କମାଇ ଦିଆଯାଇଛି।  ଷ୍ଟାଡିୟମର ୭ନମ୍ବର ଗ୍ୟାଲେରୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହି ଗ୍ୟାଲେରୀକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଯାହା ଫଳରେ ପାଖାପାଖି ୫ହଜାର୨ଶହ ସିଟ୍ ସଂଖ୍ୟା କମିଯିବ।

Leave a Reply

Your email address will not be published. Required fields are marked *