ଚାର୍ଜ ଲାଗାଇ ଛାତି ଉପରେ ରଖିଥିଲେ, ଫାଟିଲା ମୋବାଇଲ୍: ପାରାଦୀରେ ଜଣେ ମୃତ

ମୋବାଇଲ୍ ଫାଟି ଜଣଙ୍କର ମୃତ୍ୟୁ। ମୃତକ ଜଣଙ୍କ ନୟାଗଡ ଜିଲ୍ଲା ରଣପୁର ଗ୍ରାମର ମୁନା ପ୍ରଧାନ ବୋଲି ଜଣା ପଡ଼ିଛି। ପାରାଦୀପ ଜଗନ୍ନାଥ ଟ୍ରକ୍ ମାଲିକ ସଂଘରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ମୁନା ପ୍ରଧାନ। ସଙ୍ଘର ଏକ ମନ୍ଦିର ନିର୍ମାଣ କାର୍ଯ୍ୟରେ ଗତ ଦୁଇମାସ ହେଲା ସେ ଶ୍ରମିକ ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ ଗତକାଲି ରାତିରେ ଖିଆପିଆ ସାରି ଟ୍ରକ୍ ସଙ୍ଘର ଉପର ମହଲାରେ ମୋବାଇଲ ଚାର୍ଜ ଲଗାଇ ନିଜ ଛାତି ଉପରେ ରଖି ଶୋଇଥିଲେ। ଏହାପରେ ବିଳମ୍ବିତ ରାତିରେ ମୋବାଇଲ ଅତ୍ୟାଧିକ ଗରମ ହୋଇ ବିସ୍ଫୋରଣ କରିଥିଲା। ଫଳରେ ମୁନା ପ୍ରଧାନଙ୍କ ମୁହଁ, ହାତ ଓ ଛାତି ପୋଡିଯାଇଥିଲା। ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲେ। ଘଟଣାସ୍ଥଳରେ ପାରାଦୀପ ପୋଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।

Leave a Reply

Your email address will not be published. Required fields are marked *