ଆସନ୍ତା ନଭେମ୍ବରରେ ମିଳିବ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା। ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ। ସେ କହିଛନ୍ତି, ଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ ଗତ ଅଗଷ୍ଟରେ ଶେଷ ହୋଇଛି। ଯାଞ୍ଚ ପରେ ଯେଉଁମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନେ ଆଗାମୀ ନଭେମ୍ବରରେ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାରୁ ଦ୍ୱିତୀୟ କିସ୍ତିରେ ଟଙ୍କା ପାଇବେ।
ନିର୍ବାଚନ ପରେ କାଳିଆ ଘୋଟାଲା ନେଇ ସରକାର ଯାଞ୍ଚ କରିଥିଲେ। ଯାଞ୍ଚରେ ସରକାରୀ ଚାକିରିଆମାନେ ଟଙ୍କା ନେଇଥିବା ଜଣାପଡ଼ିଥିଲା। ମୋଟ୍ ଉପରେ ୩ ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି କାଳିଆ ଟଙ୍କା। ଯାହା ମଧ୍ୟରେ ବଡ଼ଚାଷୀ ଓ ନାବାଳକ ମଧ୍ୟ ଅଛନ୍ତି। ଜଣକା ୫ ହଜାର ଟଙ୍କା ଲେଖାଏଁ ହେଲେ ଅଯୋଗ୍ୟଙ୍କ ବାବଦରେ ରାଜକୋଷରୁ ପାଣିରେ ପଡ଼ିଛି ପ୍ରାୟ ୧୭୦ କୋଟି ଟଙ୍କା।