ଇତିହାସ ରଚିବ ଇଡେନ୍ ଗାର୍ଡେନ୍: ନଭେମ୍ବରରେ ଭାରତ ଖେଳିବ ନିଜର ପ୍ରଥମ ଦିବା-ରାତ୍ର ଟେଷ୍ଟ୍

କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଭାରତୀୟ କ୍ରିକେଟ୍ ଦଳ ତା’ର ପ୍ରଥମ ଦିବା-ରାତ୍ର ଟେଷ୍ଟ୍‌ ଖେଳିବ। ଐତିହାସିକ ଇଡେନ୍ ଗାର୍ଡେନ ରଚିବ ନୂଆ ଇତିହାସ।  ଭାରତ ଓ ବାଂଲାଦେଶ ଦଳ ଆଗାମୀ ନଭେମ୍ବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଇଡେନ ଗାର୍ଡେନରେ ଦିବା-ରାତ୍ର ମ୍ୟାଚ୍ ଖେଳିବେ। ଭାରତ ଓ ବାଂଲାଦେଶ ମଧ୍ୟରେ ଖେଲାଯିବାକୁ ଥିବା ଟେଷ୍ଟ୍ ସିରିଜର ଅନ୍ତିମ ମ୍ୟାଚଟି ଦିବାରାତ୍ରି ହେବ। ଏଥିପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡ ସହମତି ପ୍ରକାଶ କରିଛି। ଭାରତ ଓ ବାଂଲାଦେଶ ମଧ୍ୟରେ ଆସନ୍ତା ନଭେମ୍ବର 3 ତାରିଖ ଠାରୁ କ୍ରିକେଟ୍ ସିରିଜ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ଭାରତ ଓ ବଂଲାଦେଶ ମଧ୍ୟରେ 3ଟି ଟି-ଟ୍ୱେଣ୍ଟି ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି ସିରିଜରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଅନ୍ତିମ ଟେଷ୍ଟ ମ୍ୟାଚ୍ ଇଡେନ୍ ଗାର୍ଡେନରେ ଖେଳାଯିବ। ଏହି ମ୍ୟାଚକୁ ଦିବାରାତ୍ରିରେ ଖେଳିବା ପାଇଁ ଭାରତ ପ୍ରସ୍ତାବରେ ବାଂଲାଦେଶ ରାଜି ହୋଇଛି। ସୌରଭ ଗାଙ୍ଗୁଲୀ ବିସିସିଆଇର ଅଧ୍ୟକ ପଦ ସମ୍ଭାଳିବା ପରେ ଦିବାରାତ୍ରି ଟେଷ୍ଟ ସପକ୍ଷରେ ମତ ଦେଇଥିଲେ ଏବଂ କହିଥିଲେ ଭାରତର ଅଧିନାୟକ ବିରାଟ କୋହଲି ମଧ୍ୟ ଏଥିପାଇଁ ମହମତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *