ମୋଦିଙ୍କ ଓଡ଼ିଶା ମୋହ: ଓଡ଼ିଆ IAS ହେଲେ ଜମ୍ମୁ ଓ କାଶ୍ମୀରର ପ୍ରଥମ ଉପ ରାଜ୍ୟପାଳ

ଓଡ଼ିଆ ପୁଅଙ୍କ ସଫଳତା। ଜମ୍ମୁ ଓ କାଶ୍ମୀରର ପ୍ରଥମ  ଉପ ରାଜ୍ୟପାଳ  ହେଲେ ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ। ମୟୁରଭଞ୍ଜ ଜିଲା ବେତନଟୀର ମୂଳ ବାସିନ୍ଦା ତଥା ୧୯୮୫ ବ୍ୟାଚର ଗୁଜରାଟ କ୍ୟାଡର ଆଇଏଏସ୍‌ ଅଫିସର ହେଉଛନ୍ତି ଗିରୀଶ ଚନ୍ଦ୍ର ମୁର୍ମୁ। ଉପରାଜ୍ୟପାଳ ଭାବେ ତାଙ୍କୁ ନିଯୁକ୍ତ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଥିଲେ ତାଙ୍କର ପ୍ରିନ୍ସପାଲ ସେକ୍ରେଟାରୀ। ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକଙ୍କୁ ଗୋଆ ରାଜ୍ୟପାଳ ଭାବେ ବଦଳି କରାଯାଇଛି। ନବଗଠିତ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁରଙ୍କୁ ନିଯୁକ୍ତି ମିଳିଛି। ସେହିପରି ପିଏସ୍‌ ଶ୍ରୀଧରନ ପିଲ୍ଲାଇଙ୍କୁ ମିଜୋରାମ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

Leave a Reply

Your email address will not be published. Required fields are marked *