ଦୀପାବଳି ପାଇଁ ଆସିଲା ନୂଆ ନିୟମ: ନିର୍ଦ୍ଦେଶ ନମାନିଲେ ଜେଲ୍

ଦୀପାବଳିରେ ବାଣଫୁଟା ଉପରେ କଟକଣା। ଚାଇନା ବାଣ ଫୁଟାଇବାକୁ ବାରଣ କରାଯାଇଛି।ଭାରତୀୟ ବାଣ ପ୍ରସ୍ତୁତକାରୀ କମ୍ପାନିଠାରୁ କେବଳ ବାଣ କିଣି ଫୁଟାଇବେ। ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ କେହି ବିକ୍ରି କରିପାରିବେ ନାହିଁ। ଏମିତିକି ଅନ୍‌ଲାଇନ୍‌ରେ ବାଣି ବିକ୍ରି ଉପରେ ବି କଟକଣା ଜାରି କରାଯାଇଛି। ବାଣ ଫୁଟାଇବା ପାଇଁ ଥାନା ଅଧିକାରୀ ସ୍ଥାନ ନିର୍ଦ୍ଧାରଣ କରିବେ। ପୂର୍ବ ବର୍ଷ ଦୀପାବଳିରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିବାରୁ କଟକଣାକୁ ଅଧିକ କଡ଼ାକଡି କରାଯିବ। ନିୟମ ଖିଲାପକାରୀଙ୍କ ଉପରେ ପଦକ୍ଷେପ ନିଆଯିବ।
ଚାଇନା ବାଣ କିଣିବା ଓ ବିକ୍ରି କରିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। କେବଳ ଭାରତୀୟ କମ୍ପାନି ଦ୍ୱାରା ପ୍ରସ୍ତୁତ ବାଣ ବିକ୍ରି କରାଯାଇପାରିବ। ଚାଇନା ବାଣ କାରବାର ଆଇନ ବିରୋଧୀ ବୋଲି ଧରାଯିବା ସହିତ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହସ୍ପିଟାଲ୍‌, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାନ କିମ୍ବା ସରକାର ଘୋଷଣା କରିଥିବା ସମ୍ବେଦନଶୀଳ ଅଞ୍ଚଳରେ ବାଣ ଫୁଟାଯିବ ନାହିଁ। ଏହି ଅଞ୍ଚଳଗୁଡ଼ିକୁ ‘ସାଇଲେନ୍ସ ଜୋନ୍‌’ ଭାବେ ଘୋଷଣା କରାଯାଇଛି। ଫ୍ଲିପ୍‌କାର୍ଟ, ଆମାଜନ ଏବ˚ ସ୍ନାପ୍‌ଡିଲ ଭଳି ଇ-ବାଣିଜ୍ୟ ୱେବ୍‌ସାଇଟ୍‌ରେ ଥିବା ଚାଇନା ବାଣ ଯେଭଳି ଓଡ଼ିଶା ବଜାରକୁ ଚାଲାଣ କରାନଯାଏ, ସେଥିପ୍ରତି ପୁଲିସ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *