ଆସୁଛି ଆଉ ଏକ ଲଘୁଚାପ, 23ରୁ ବର୍ଷିବ

ଓଡ଼ିଶାକୁ ଅଦିନିଆ ଚଘୁଚାପ ଡ଼ର ଚିନ୍ତାରେ ପକାଇଛି। ବର୍ଷିବ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି, ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ଏହାର କେନ୍ଦ୍ର ରହିବ। ଏହାର ପ୍ରଭାବରେ ୨୪ ତାରିଖରୁ ଓଡ଼ିଶାର ବିଭିନ୍ନ ଜିଲାରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଦେଶର ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରେ ମୌସୁମି ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ଫଳରେ ଆସନ୍ତା କାଲି ଠାରୁ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶର ବର୍ଷାର ସମ୍ଭାବନା ରହିଛି। ତେବେ ବୁଧବାର ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଗୁରୁବାର ସକାଳୁ ବର୍ଷା ଆରମ୍ଭ ହେବ। ବିଶେଷକରି ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

Leave a Reply

Your email address will not be published. Required fields are marked *