ଅଲିମ୍ପିକ୍ କ୍ୱାଲିଫାୟର୍ସ ପାଇଁ ଭାରତୀୟ ଦଳ ଘୋଷିତ: ପୁରୁଷ ଦଳରେ ଜଣେ ଓ ମହିଳା ଦଳରେ ତିନି ଓଡ଼ିଆ

ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ହକି ଅଲିମ୍ପିକ୍ କ୍ୱାଲିଫାୟର୍ସ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି। କ୍ୟାମ୍ପରେ ଭାରତୀୟ ପୁରୁଷ ଓ ମହିଳା ଦଳ ଜୋରଦାର ଆଭ୍ୟାସ କରୁଛନ୍ତି। ଏହାରି ଭିତରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳର ଘୋଷଣା ହୋଇଛି। ପୁରୁଷ ଦଳର କ୍ୟାପଟେନ୍ ଭାବେ ମନପ୍ରୀତ ସିଂହ ଏବଂ ଭାଇସ୍‌-କ୍ୟାପଟେନ୍ ଭାବେ ଏସଭି ସୁନୀଲଙ୍କୁ ଦାୟୁତ୍ୱ ମିଳିଛି। ସେହିପରି ରାଣୀ ରାମପଲଙ୍କୁ ମହିଳା ଟିମର କ୍ୟାପଟେନ୍ କରାଯାଇଛି। ପୁରୁଷ ଦଳରେ ମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ୍ ରୋହିଦାସ ସ୍ଥାନ ପାଇଛନ୍ତି। ତେବେ ଅନ୍ୟତମ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ୧୮ଜଣିଆ ଦଳରୁ ବାଦ୍ ପଡ଼ିଛନ୍ତି। ସେହିପରି ମହିଳା ଟିମରେ ତିନିଜଣ ଓଡ଼ିଆ ଖେଳାଳି ଦୀପ୍ ଗ୍ରେସ୍ ଏକ୍କା, ଲିଲିମା ମିଞ୍ଜ ଏବଂ ନମିତା ଟପ୍ପୋ ନିଜ ନିଜର ସ୍ଥାନ ବଜାୟ ରଖିଛନ୍ତି। ଅଲିମ୍ପିକ୍ କ୍ୱାଲିଫାୟର୍ସ ପ୍ରତିଯୋଗିତାରେ ବିଶ୍ୱ ମାନ୍ୟତାରେ ପାଞ୍ଚ ନମ୍ବର ସ୍ଥାନରେ ଥିବା ଭାରତୀୟ ପୁରୁଷ ହକି ଟିମ୍ ୨୨ ନମ୍ବର ଟିମ୍ ରୁଷକୁ ଭେଟିବ। ୯ ନମ୍ବର ଭାରତୀୟ ମହିଳା ଟିମ୍ ୧୩ ନମ୍ବର ସ୍ଥାନରେ ଥିବା ଆମେରିକାକୁ ଭେଟିବ।

ଭାରତୀୟ ପୁରୁଷ ହକି ଟିମ୍‌: ମନପ୍ରୀତ ସିଂହ (କ୍ୟାପଟେନ୍‌), ଏସଭି ସୁନୀଲ (ଭାଇସ୍‌-କ୍ୟାପଟେନ୍‌),  ପିଆର୍ ଶ୍ରୀଜେଶ୍‌, କ୍ରିଷନ୍ ବାହାଦୁର ପାଠକ, ହରମନପ୍ରୀତ ସିଂହ, ବରୁନ୍ କୁମାର, ସୁରେନ୍ଦ୍ର କୁମାର, ଗୁରିନ୍ଦର ସିଂହ, ରୂପିନ୍ଦର ପାଲ୍ ସିଂହ, ଅମିତ୍ ରୋହିଦାସ, ନୀଳକାନ୍ତ ଶର୍ମା, ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ଲଲିତ କୁମାର ଉପାଧ୍ୟାୟ, ମନଦୀପ ସିଂହ, ମନଦୀପ ସିଂହ, ଆକାଶଦୀପ ସିଂହ, ରମନଦୀପ ସିଂହ, ସିମରନଜିତ୍ ସିଂହ।

ଭାରତୀୟ ମହିଳା ହକି ଟିମ୍‌: ରାନୀ (କ୍ୟାପଟେନ୍‌),ସବିତା (ଭାଇସ୍‌-କ୍ୟାପଟେନ୍‌), ରଜନୀ ଏଟିମାର୍ପୁ, ଦୀପ୍ ଗ୍ରେସ୍ ଏକ୍କା, ଗୁରଜିତ୍ କୌର୍‌, ରୀନା ଖୋଖାର, ସାଲିମା ଟେଟେ, ସୁଶୀଲା ଚାନୁ ପୁଖରାମବାମ, ନିକ୍କି ପ୍ରଧାନ, ମୋନିକା, ନେହା ଗୋୟଲ୍‌, ଲିଲିମା ମିଞ୍ଜ, ନମିତା ଟପ୍ପୋ, ବନ୍ଦନା କାଟାରିୟା, ନଭନୀତ କୌର୍‌, ଲାଲରେମସିଆମି, ନଭଜୋତ୍ କୌର୍‌, ଶର୍ମିଲା ଦେବୀ।

Leave a Reply

Your email address will not be published. Required fields are marked *