ଧାମରା ମୁହାଣରୁ ଧରାପଡିଛି ବିରଳ ପ୍ରଜାତିର ସମୁଦ୍ରର ସବୁଠୁ ଦ୍ରୁତଗାମୀ ମାଛ। ଏହାକୁ ମାର୍ଲିନ ବୋଲି କୁହାଯାଏ । ଗଭୀର ସମୁଦ୍ରରୁ ଏହି ମାଛକୁ ଧରିଛନ୍ତି ମତ୍ସ୍ୟଜୀବୀ। ସାଢେ ୪ ଫୁଟ ଲମ୍ବର ଏହି ମାଛର ଓଜନ ପାଖାପାଖି ୧୦ କିଲୋଗ୍ରାମ । ମାର୍ଲିନ ମାଛ ପ୍ରାୟ ୨ କ୍ୱିଂଟାଲ ଯାଏଁ ବଢିଥାନ୍ତି। ମତ୍ସ୍ୟଜୀବୀଙ୍କ ମତରେ ସମୁଦ୍ର ମଧ୍ୟରେ ଖୁବ କ୍ଷୀପ୍ର ଗତିରେ ଘଂଟା ପ୍ରତି ୧୨୯ କିଲୋମିଟର ବେଗରେ ଏହି ମାଛ ଗତି କରିପାରେ ଓ ବହୁତ ଲମ୍ବା ଡେଇଁପାରେ ମଧ୍ୟ। ଧରାଯାଇଥିବା ମାର୍ଲିନ ମାଛ ମୁହଁର ଲମ୍ବ ଦେଢ ଫୁଟ୍ ହେବ। ବିଶେଷକରି ଏହି ମାଛ ସୋଡ ଫିସ୍ ପ୍ରଜାତିର। ସମୁଦ୍ର ଉଷ୍ମସ୍ରୋତରେ ମଧ୍ୟ ଏହି ମାଛ ହଜାର ହଜାର କିଲୋମିଟର ପଂହରିପାରେ। ବିଶେଷଜ୍ଞଙ୍କ ମତରେ, ପ୍ରଶାନ୍ତ ମହାସାଗରରେ ଏହି ପ୍ରଜାତିର ମାଛ ବିଶେଷ ଦେଖାଯାଇଥାନ୍ତି। ତେବେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ମାର୍ଲିନ ଓଡିଶା ପୂର୍ବ ଉପକୂଳକୁ ଖାଦ୍ୟ ଅନ୍ୱେଷଣରେ ଆସିଥାଇପାରନ୍ତି ବୋଲି କୁହାଯାଉଛି ।