ସଫଳତା ଯେମିତି ଦୂତିଙ୍କ ପିଛା ଛାଡ଼ୁନି: ପୁଣି ଆଉ ଏକ ସ୍ୱର୍ଣ୍ଣ ପଦକ ଭେଟି ଦେଲେ ଦୌଡ଼ରାଣୀ

୫୯ତମ ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିୟନସିପରେ ଓଡ଼ିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ଆଉ ଏକ ସଫଳତା। ରବିବାର ଦୂତି ନିଜ ନାଁରେ ଆଉ ଏକ ସ୍ୱର୍ଣ୍ଣ ପଦକ ଲେଖିଛନ୍ତି। ପୂର୍ବରୁ ୧୦୦ ମିଟରରେ ଜାତୀୟ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ଦୂତି ମହିଳା ୨୦୦ ମିଟରରେ ମଧ୍ୟ ଏହି ସଫଳତାକୁ ଦୋହରାଇଛନ୍ତି। ସେ ୨୦୦ ମିଟରକୁ ୨୩.୧୭ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଇଭେଣ୍ଟରେ ତାମିଲନାଡୁର ଅର୍ଚ୍ଚନା ସୁଶ୍ରୀନ୍ଦ୍ରାନ୍ ନିର୍ଦ୍ଧାରିତ ଦୂରତାକୁ ୨୩.୪୧ ସେକେଣ୍ଡରେ ଅତିକ୍ରମ କରି ରୌପ୍ୟ ପଦକ ହାସଲ କରିଥିବା ବେଳେ ରେଲୱେର ଚନ୍ଦ୍ରଲେଖା ଆନନ୍ଦନ୍ ୨୩.୭୪ ସେକେଣ୍ଡ ସମୟରେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରି ବ୍ରୋଞ୍ଜ ପଦକ ଜିତିଛନ୍ତି।

ଏହା ପୂର୍ବରୁ ଦୂତୀ ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ଇଭେଣ୍ଟର ସେମିଫାଇନାଲକୁ ଦୂତି ୧୧.୨୨ ସେକେଣ୍ଡରେ ଅତିକ୍ରମ କରି ଜାତୀୟ ରେକର୍ଡ ସ୍ଥାପନ କରିଥିଲେ। ଚଳିତ ୫୯ତମ ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିୟନସିପରେ ଏପର୍ଯ୍ୟନ୍ତ ଓଡ଼ିଶାର ଅମିୟ ମଲିକ୍ ପୁରୁଷ ୧୦୦ ମିଟର୍ ଏବଂ ଯଉନା ମୁର୍ମୁ ମହିଳା ୪୦୦ ମିଟର୍ ହର୍ଡଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

200mts final res

Publicado por Dutee Chand em Domingo, 13 de outubro de 2019

Leave a Reply

Your email address will not be published. Required fields are marked *