ବିଜେପୁରରେ ମାଳ ମାଳ ନେତା: ଜାଣନ୍ତୁ ମୁଖ୍ୟମନ୍ତ୍ରୀ କେବେଠୁ ପ୍ରଚାରକୁ ଓହ୍ଲାଇବେ?

ବିଜେପୁର ମଇଦାନରେ ବିଭିନ୍ନ ଦଳର ମାଳ ମାଳ ଷ୍ଟାର୍‌ ପ୍ରଚାରକ। ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ବହୁ ପ୍ରତିଶ୍ରୃତି ଦେବା ସହ ଆରୋପ ଓ ପ୍ରତିଆରୋପରେ ମାତିଛନ୍ତି ରାଜନେତା। ବିଜେପି ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ। ବିଜେପୁରରେ କେନ୍ଦ୍ରମନ୍ତ୍ରୀ ପ୍ରଚାରକୁ ଓଲ୍ହାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିକିଁ ବିଜେପୁର ଆସନ ଛାଡ଼ିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହ ୨୦୨୨ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇ ଦେବାରେ ପ୍ରତିଶ୍ରୃତି ବି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ସେପଟେ ଧମେର୍ନ୍ଦ୍ରଙ୍କୁ କଡ଼ା ଜବାବ ଦେଇଛି ବିଜେଡି। କେନ୍ଦ୍ରମନ୍ତ୍ରୀ ଯେତେ ପ୍ରଚାର କଲେବି ବିଜେଡି ୩୫ ହଜାରରୁ ଅଧିକ ଭୋଟ୍‌ରେ ବିଜେପୁରରେ ଜିତିବ ବୋଲି ଦଳର ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି।ସେପଟେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ସହ ବିଜେଡିର ଷ୍ଟାର ପ୍ରଚାରକମାନେ ଘରଘର ବୁଲି ପ୍ରଚାର କରୁଛନ୍ତି। ଆସନ୍ତା ୧୭ ଓ ୧୮ ତାରିଖରେ ନବୀନ ବିଜେପୁରରେ ପ୍ରଚାର କରିବେ। ଏହା ପୂର୍ବରୁ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଓ କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀ ୧୪ ତାରିଖରେ ପ୍ରଚାର କରିବା କାର୍ଯ୍ୟକ୍ରମ ଅଛି। କଂଗ୍ରେସ ମଧ୍ୟ ୧୪ ତାରିଖରୁ ଷ୍ଟାର ପ୍ରଚାରକଙ୍କ ସହ ଜୋରଦାର ପ୍ରଚାର କରିବ ବୋଲି ପିସିସି ସଭାପତି କହିଛନ୍ତି।

Leave a Reply

Your email address will not be published. Required fields are marked *