ମୋଦୀଙ୍କୁ ମିଳିବ ଅଦ୍ଭୁତପୂର୍ବ ସୁରକ୍ଷା: ବିଶ୍ୱର ସବୁଠୁ ଅତ୍ୟାଧୁନିକ ଓ କ୍ଷେପଣାସ୍ତ୍ର ପ୍ରତିରୋଧୀ ବିମାନରେ ଗସ୍ତ କରିବେ ପିଏମ୍

ଖୁବଶୀଘ୍ର ପ୍ରଧାନମନ୍ତ୍ରୀଙ୍କ ବିଶେଷ ସୁରକ୍ଷା ପାଇଁ ଦୁଇଟି ସ୍ୱତନ୍ତ୍ର ଓ ଅତ୍ୟାଧୁନିକ ବିମାନ ଭାରତ ଆସିବ। ୨୦୨୦ ସୁଦ୍ଧା ବୋଇଂ-୭୭୭ ବିମାନ ଭାରତ ଆସିଯିବ । ଯେଉଁ ବିମାନ କ୍ଷେପଣାସ୍ତ୍ର ପ୍ରତିରୋଧୀ ରହିବ। ଏଥିରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପରି ବ୍ୟବସ୍ଥା ସହିତ ଅନ୍ୟ ଅତ୍ୟାଧୁନିକ ସୁବିଧା ରହିଛି। ଆବଶ୍ୟକ ସ୍ଥଳେ ଏହି ବିମାନକୁ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ମଧ୍ୟ ବ୍ୟବହାର କରିପାରିବେ। ଏଥିରେ ମିସାଇଲ୍‌ ଡିଫେନ୍ସ ସିଷ୍ଟମ୍‌ ରହିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ୟବହାର କରୁଥିବା ବିମାନ ଯେତେ ଅତ୍ୟାଧୁନିକ ଓ ସୁରକ୍ଷିତ ଏହା ତାହା ଠାରୁ ଅଧିକ ଅତ୍ୟାଧୁନିକ ଓ ସୁରକ୍ଷିତ ବିମାନ ହେବ ବୋଲି କୁହାଯାଉଛି। ବୋଇଂ ୭୭୭ ଦେଶର ପ୍ରଥମ ବିମାନ ହେବ ଯେଉଁଥିରେ ସ୍ୱତନ୍ତ୍ର ସୁରକ୍ଷା ସୁଟ୍‌ ରହିବ, ଯାହା ଶତ୍ରୁପକ୍ଷର ରାଡାର ଫ୍ରିକ୍ୱେନ୍ସିକୁ ଜାମ୍‌ କରିଦେବା ସହ ମିସାଇଲ୍‌ର ଦିଗ ବଦଳାଇଦେଇପାରିବ ଓ ଅତ୍ୟାଧୁନିକ ମଧ୍ୟମ ରେଞ୍ଜ୍‌ର ମିସାଇଲ୍‌ ସିଷ୍ଟମକୁ ରୋକିପାରିବ।

Leave a Reply

Your email address will not be published. Required fields are marked *