ଆଜି ବିଜୟାଦଶମୀରେ ଭାରତକୁ ‘ରାଫେଲ’ ହସ୍ତାନ୍ତର କରିବ ଫ୍ରାନ୍ସ

ଆଜି ଭାରତକୁ ମିଳବ ବହୁ ପ୍ରତିକ୍ଷୀତ ରାଫେଲ ଯୁଦ୍ଧ ବିମାନ। ଫ୍ରାନ୍ସ ପକ୍ଷରୁ ଭାରତକୁ ପ୍ରଥମ ଲଢୁଆ ବିମାନ ‘ରାଫେଲ’ ହସ୍ତାନ୍ତର କରାଯିବ। ଖାସ୍ ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସ ଗସ୍ତ କରିଛନ୍ତି। ସେ ଆଜି ଏହି ‘ରାଫେଲ’ ଯୁଦ୍ଧ ବିମାନରେ ବସି ଫ୍ରାନ୍ସ ଏୟାରପୋର୍ଟରେ ଉଡ଼ିବେ। ଏହା ପରେ ରାଜନାଥ ସିଂହଙ୍କୁ ‘ରାଫେଲ’କୁ ହସ୍ତାନ୍ତର କରିବ ଫ୍ରାନ୍ସ। ଫ୍ରାନ୍ସ ପହଂଚିବା ପରେ ରାଜନାଥ ସିଂହ ଖୁସି ଜାହିର କରିଛନ୍ତି। ସେ କହିଛନ୍ତି, ଭାରତକୁ ‘ରାଫେଲ’ ଆସୁଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ତିଆରି ହୋଇଥିବା ରାଫେଲ ଯୁଦ୍ଧ ବିମାନ ବହୁତ ଶକ୍ତିଶାଳୀ ଓ ଏଥିରେ ୨ଟି ଇଞ୍ଜିନ ଲାଗିଛି। ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ 5ଟି ଯୁଦ୍ଧ ବିମାନ ମଧ୍ୟରୁ ରାଫେଲ ବିମାନ ଅନ୍ୟତମ।  

Leave a Reply

Your email address will not be published. Required fields are marked *