ବିଖ୍ୟାତ ଓକଲି କପିଲ ସିବଲଙ୍କୁ କାଠ ଗଡ଼ାକୁ ଘୋଷାଡ଼ିଲେ ଚର୍ଚ୍ଚିତ ଟିଭି ଆଙ୍କର୍ ବରଖା ଦତ୍ତ

ଦିନେ ମୋଦିଙ୍କୁ ବିରୋଧ କରିବା ପାଇଁ ଏକାଠି ହୋଇଥିଲେ। ଆଜି ନିଜ ନିଜ ଗୋଇ ଖୋଳୁଛନ୍ତି ଦେଶର ଦୁଇ ବିଶିଷ୍ଟ ବ୍ୟକ୍ତି। ପରିସ୍ଥିତି ଏମିତି ହୋଇଯାଇଛି ଜଣେ ଅନ୍ୟ ଜଣକୁ କୋର୍ଟର କାଠଗଡ଼ାକୁ ଟାଣିବାକୁ ପଛଘୁଞ୍ଚା ଦେଇନାହାଁନ୍ତି। ଅନେକ ଲୋକଙ୍କୁ ଅଡୁଆରେ ପକାଉଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ ଓ ତାଙ୍କ ପତ୍ନୀ ପ୍ରମିଳା ସିବଲ ଏବେ ନିଜେ ଅଡୁଆରେ ପଡିଯାଇଛନ୍ତି। ନିଜେ ଖୋଳିଥିବା ଗାତରେ ନିଜେ ପଡିଯାଇଛନ୍ତି କପିଲ ସିବଲ। କପିଲ ସିବଲ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଚର୍ଚ୍ଚିତ ଟେଲିଭିଜନ ସାମ୍ବାଦିକା ବରଖା ଦତ୍ତ ମୋକଦ୍ଦମା ରୁଜୁ କରିଛନ୍ତି। ଦିଲ୍ଲୀ ପାଟିଆଲା ହାଉସ କୋର୍ଟରେ ମୋକଦ୍ଦମା ରୁଜୁ ହୋଇଛି। ବରଖା ରୁଜୁ କରିଥିବା ମୋକଦ୍ଦମାରେ ସିବଲ ଦମ୍ପତ୍ତିଙ୍କ ଠାରୁ ସୁଧ ସମେତ ୭୪ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି। ଅପଣଙ୍କୁ ଜଣାଇ ଦେବାକୁ ଚାହୁଁଛି, କିଛି ଦିନ ପୂର୍ବେ ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍ ‘ତିରଙ୍ଗା ଟିଭି’ ଆରମ୍ଭ ହୋଇଥିଲା। ହେଲେ ଅଳ୍ପ କିଛି ଦିନ ଚାଲିବା ପରେ ଏହା ବନ୍ଦ ହୋଇଯାଇଥିଲା। ଏହି ନ୍ୟୁଜ୍ ଚ୍ୟାନେଲର ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ ବରଖା ଦତ୍ତ। ‘ତିରଙ୍ଗା ଟିଭି’  ‘ଏନାଲଗ ମିଡିଆ’ କମ୍ପାନୀ ଅଧିନରେ ଥିଲା, ଯାହାର ମାଲିକ ହେଉଛନ୍ତି କପିଲ ସିବଲ ଓ ତାଙ୍କ ପତ୍ନୀ। ହେଲେ ଚୁକ୍ତି ଅନୁସାରେ ତାଙ୍କୁ ଦରମା ମିଳିନଥିବା ସହ ହଠାତ୍ ଚ୍ୟାନେଲକୁ ବନ୍ଦ କରିଦିଆଯାଇଥିଲା ଫଳରେ ସିବଲ ଦମ୍ପତ୍ତିଙ୍କ ବିରୋଧରେ ବରଖା ମୋକଦ୍ଦମା ରୁଜୁ କରିଛନ୍ତି। ଆଇନଜୀବୀ ରାଘବ ଅବସ୍ଥି ଓ ମୁକେଶ ଶର୍ମାଙ୍କ ଦ୍ୱାରା ପ୍ରସ୍ତୁତ ପିଟିସନରେ ବରଖା ଉଲ୍ଲେଖ କରିଛନ୍ତି ଯେ ତାଙ୍କୁ ଚାନେଲ ଅନୁନ୍ୟ ୨ ବର୍ଷ ଯାଏଁ ଚାଲିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ସେହିପରି ଚାନେଲ ଅନ ଏୟାର ହେବା ବେଳେ ତାଙ୍କୁ ଅନ୍ୟ ସଂସ୍ଥା ସହ ଥିବା ଚୁକ୍ତି ସମାପ୍ତ କରିଦେବା ଲାଗି କପିଲ ସିବଲ କହିଥିଲେ, ଯାହା ମଧ୍ୟ ବରଖା କରିଥିବା ସ୍ୱୀକାର କରିଛନ୍ତି। ବରଖାଙ୍କ ସହ ଚାନେଲ ୧ ବର୍ଷ ଲାଗି କଣ୍ଟ୍ରାକ୍ଟ କରିଥିଲା। ଏଣୁ ଚାନେଲ ଲଞ୍ଚ ହେବା ଠାରୁ ପରବର୍ତ୍ତି ୧ବର୍ଷ ପର୍ଯ୍ୟନ୍ତ ଚୁକ୍ତି ଅନୁସାରେ ତାଙ୍କୁ ବେତନ ଓ ଅନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ମିଳିବା କଥା। ହେଲେ ଚାନେଲକୁ  ଅଚାନକ ବନ୍ଦ କରିଦିଆଯିବାରୁ ବର୍ଷକର ଦରମା ସହ ତାଙ୍କୁ କ୍ଷତିପୂରଣ ଦିଆଯିବା ଦରକାର ବୋଲି ଦାବି କରିଛନ୍ତି। ବରଖାଙ୍କ ପିଟିସନକୁ କୋର୍ଟ ଗ୍ରହଣ କରି ‘ଏନାଲଗ ମିଡିଆ’କୁ ନୋଟିସ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *