ରୋଚକ ସ୍ଥିତିରେ ପ୍ରଥମ ଟେଷ୍ଟ: ଶେଷ ଦିନରେ ଦକ୍ଷିଣ ଆଫ୍ରିକା ପାଇଁ 384 ରନର ବିଜୟ ଲକ୍ଷ୍ୟ

ଦକ୍ଷିଣ ଆଫ୍ରିକାକୁ ଭାରତ ପ୍ରଥମ ଟେଷ୍ଟରେ 395 ରନ୍‌ ଟାର୍ଗେଟ ଦେଇଛି। ଶେଷ ଦିନରେ ଦକ୍ଷିଣ ଆଫ୍ରିକାକୁ ଜିତିବାକୁ ହେଲେ ଆଉ 384 ରନ କରିବାକୁ ପଡ଼ିବ। ଦ୍ୱିତୀୟ ଇଂନିସକେ  ଦକ୍ଷିଣ ଆଫ୍ରିକା ଗୋଟିଏ ୱିକେଟ୍ ହରାଇ 11 ରନ ସଂଗ୍ରହ କରିଥିବା ବଳେ ହାତରେ ଆଉ 8ଟି ୱିକେଟ୍ ବାକି ଅଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଓ୍ଵାଇ.ଏସ୍‌. ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଜାରି ଥିବା ପ୍ରଥମ ଟେଷ୍ଟର 4ର୍ଥ ଦିନରେ ଶନିବାର ଭାରତ 4 ଓ୍ଵିକେଟ ହରାଇ 323 ରନ୍‌ କରିବା ପରେ ପାଳି ଘୋଷଣା କରିଥିଲା। ଭାରତ ପ୍ରଥମ ଇନିଂସରେ 7ଟି ଓ୍ଵିକେଟ ହରାଇ 502 ରନ୍‌ କରି ପାଳି ଘୋଷଣା କରିଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ସମସ୍ତ ଓ୍ଵିକେଟ ହରାଇ ୪୩୧ ରନ୍‌ କରିଥିଲା। ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ 71 ରନରେ ଆଗୁଆ ରହିଥିଲା। 2ୟ ପାଳିରେ ମଧ୍ୟ ରୋହିତ ଶର୍ମାଙ୍କ ଜଲବା ଦେଖିବାକୁ ମିଳିଛି। ସେ 149ଟି ବଲ ଖେଳି 127 ରନ୍‌ କରିଛନ୍ତି। ଏଥିରେ 10ଟି ଚୌକା ଓ 7ଟି ଛକା ସାମିଲ ଅଛି। ପ୍ରଥମ ପାଳିରେ ଦ୍ୱି-ଶତକ ହାସଲ କରିଥିବା ମୟଙ୍କ ଅଗ୍ରଓ୍ଵାଲ ଦ୍ୱିତୀୟ ପାଳିରେ ମାତ୍ର 7ରନ୍‌ କରିଥିଲେ। ଚେତେଶ୍ୱର ପୂଜାରା 81 ରନ୍‌ କରି ଆଉଟ୍ ହୋଇଥିଲେ। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା 40 ରନ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ଅପରାଜିତ 31 ରନ୍‌ ଓ ଆଜିଙ୍କ୍ୟ ରାହାଣେ ଅପରାଜିତ 27ରନ୍‌ ଯୋଡ଼ିଥିଲେ।

Leave a Reply

Your email address will not be published. Required fields are marked *